ମଣିପୁରରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର,ବେଆଇନ ବଙ୍କର ଧ୍ୱସ୍ତ
ଇମ୍ଫାଲ, 24 ଫେବୃଆରୀ (ହି.ସ)-ମଣିପୁରରେ ସୁରକ୍ଷାବାହିନୀ ବ୍ୟାପକ ଅପରେସନ କରୁଛନ୍ତି। ପୋଲିସ ସୋମବାର କହିଛନ୍ତି ଯେ ଏହି ସମୟରେ ଚୁରାଚାନ୍ଦପୁର ଜିଲ୍ଲାର ଲଙ୍ଗ୍ଜା ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଉଦ୍ଧାର ସାମଗ୍ର
ମଣିପୁରରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର,ବେଆଇନ ବଙ୍କର ଧ୍ୱସ୍ତ


ଇମ୍ଫାଲ, 24 ଫେବୃଆରୀ

(ହି.ସ)-ମଣିପୁରରେ ସୁରକ୍ଷାବାହିନୀ ବ୍ୟାପକ ଅପରେସନ କରୁଛନ୍ତି। ପୋଲିସ ସୋମବାର କହିଛନ୍ତି ଯେ

ଏହି ସମୟରେ ଚୁରାଚାନ୍ଦପୁର ଜିଲ୍ଲାର ଲଙ୍ଗ୍ଜା ଅଞ୍ଚଳରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ

ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଉଦ୍ଧାର ସାମଗ୍ରୀରେ ଏକ .303 ରାଇଫଲ ଏବଂ ଗୋଟିଏ ମ୍ୟାଗାଜିନ,ତିନୋଟି

ସିଙ୍ଗଲ ବେରଲ(ସ୍ୱଦେଶୀ ନିର୍ମିତ),ଗୋଟିଏ ଉଚ୍ଚ ପରିବେକ୍ଷଣ ସଂଶୋଧିତ 81 ମିମିମୋର୍ଟାର (ପମ୍ପୀ),ଦୁଇଟି ଆଇଇଡି (କଳା ଏବଂ ଲାଲ

ରଙ୍ଗର,ପ୍ରାୟ 500 ଗ୍ରାମ ଓଜନର ସ୍ୱଦେଶୀ ନିର୍ମିତ)ଏକ ଆଇଇଡି (କଳା ,ପ୍ରାୟ ଏକ କିଲୋଗ୍ରାମ

ଓଜନର ସ୍ୱଦେଶୀ ନିର୍ମିତ)ତିନୋଟି .303 ସଂଶୋଧିତ ଜୀବନ୍ତ କ୍ୟାଟ୍ରିଜ,81 ମିମୀ ମୋର୍ଟାରର ଏକ

ଜୀବନ୍ତ ସେଲ(ସ୍ୱଦେଶ ନିର୍ମିତ)ତିନୋଟି ଦେଶୀ ନିର୍ମିତ ଇମ୍ପ୍ରୋୱାଇଜ୍ଡ ବୋମା ଏବଂ ତିନୋଟି ଇମ୍ପ୍ରୋୱାଇଜ୍ଡ

ପମ୍ପ ଗୋଳାବାରୁଦ ଅନ୍ତର୍ଭୁକ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande