ବାରାଣସୀ, ୨୪ ଫେବୃଆରୀ (ହି.ସ.)- କାଶୀ-ତମିଲ ସଂଗମମର ତୃତୀୟ ସଂସ୍କରଣର ସମାପନ ସମାରୋହରେ ସୋମବାର ସଂନ୍ଧ୍ୟାରେ ନମୋଘାଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ଉପସ୍ଥିତ ରହିବେ । ଦୁଇ କେନ୍ଦ୍ର ମନ୍ତ୍ରୀ ଅପରାହ୍ନରେ ସହରରେ ଆସି ପହଂଚିବେ । ସମାପନ ସମାରୋହରେ ସାଂସ୍କୃତିକ ସଂନ୍ଧ୍ୟାରେ ଅଂଶଗ୍ରହଣ କରିବାକୁ ଥିବା କଳାକାରମାନେ କାଶୀରେ ନିଜର ୧୦ ଦିନର ଅଭିଜ୍ଞତା ପ୍ରକାଶ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ