ପାଟଣା, 24 ଫେବ୍ରୁଆରି (ହି.ସ.)
- ବିହାରର ରାଜଧାନୀ
ପାଟଣାରେ ହୋଇଥିବା ସଡକ ଦୁର୍ଘଟଣାରେ ଆତଙ୍କ ଖେଳିଯାଇଛି । ପାଟଣା ଜିଲ୍ଲାରେ ରବିବାର ବିଳମ୍ବିତ
ରାତିରେ ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା ଯୋଗୁ 7ଜଣ ଲୋକଙ୍କ ଜୀବନ ଯାଇଛି । ସେହିପରି 4ଜଣ ଲୋକ
ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ଅନୁସାରେ ଅଟୋ
ପାଟଣାର ମସୌଢୀରୁ ନୌବତପୁର ଅଭିମୁଖେ ଯାଉଥିଲା । ରାସ୍ତାରେ ଅଟୋ ସହ ଟ୍ରକର ଧକ୍କା ହୋଇଥିଲା
। ଅଟୋରେ 10ଜଣ ଶ୍ରମିକ ଥିଲେ । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ
ହସ୍ପିଟାଲ ପଠାଇ ଦିଆଯାଇଛି । ଦୁର୍ଘଟଣାର ଛାନଭିନ୍ ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା