ଅଯୋଧ୍ୟା ୨୪ ଫେବୃଆରୀ (ହି.ସ)- ତ୍ରିବେଣୀ ସଙ୍ଗମରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଇଶାନ୍ତ ଶର୍ମା ତାଙ୍କ ପତ୍ନୀ ପ୍ରତିମା ସିଂହ ଓ ବନ୍ଧୁଙ୍କ ସହିତ ପବିତ୍ର ବୁଡ ପକାଇଛନ୍ତି । ପବିତ୍ର ବୁଡ ପରେ ସେ ଦିବ୍ୟ ଉର୍ଜା ଓ ଗଭୀର ଆଭ୍ୟନ୍ତରିଣ ଶାନ୍ତି ଅନୁଭବ କରିଥିବା କହିଛନ୍ତି । ସୋମବାର ବି ପ୍ରୟାଗରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଆଜି ମହାକୁମ୍ଭର 43ତମ ଦିନ ଅଟେ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇବା ପାଇଁ ନିରନ୍ତର ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା