ଇମ୍ଫାଲ ୨୪ ଫେବୃଆରୀ (ହି.ସ)- ମଣିପୁରର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଅପିଲର ପ୍ରଭାବ ଧୀରେ ଧୀରେ ପଡିବାରେ ଲାଗିଛି । ତାଙ୍କ ଆହ୍ୱାନ ପରେ ଲୋକମାନେ ଅସ୍ତ୍ରଶସ୍ତ୍ର ସମର୍ପଣ କରିବା ଆରମ୍ଭ କରିଛନ୍ତି । ତୃତୀୟ ଦିନରେ ବି ସାଧାରଣ ଲୋକମାନେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ପୋଲିସ ଓ ସେନାକୁ ପ୍ରଦାନ କରିଛନ୍ତି । ସୋମବାର ପୋଲିସ କହିଛି ଯେ ଥୌବଲ ଜିଲ୍ଲାର ଲୋକମାନେ ଏସପି ଅଫିସ, ଥୌବଲ ଥାନା ଅନ୍ତର୍ଗତରେ ଏକ ଏସଏମଜି କାର୍ବାଇନ, ମ୍ୟାଗିଜିନ, ଟିୟର ଗ୍ୟାସ ଗନ, ସ୍ନାଇପର ରାଇଫଲ, ଡବଲ ବ୍ୟାରେଲ ଗନ୍, ସିଙ୍ଗଲ ବ୍ୟାରେଲ ଗନ୍, ପିସ୍ତଲ, ମୋର୍ଟାର ସେଲ, ଆଇଇଡି, ଗ୍ରେନେଡ, ହ୍ୟାଣ୍ଡହେଲ୍ଡ ରେଡିଓ ସେଟ୍ ସମର୍ପଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା