ପ୍ରତାପଗଡ, 26 ଫେବ୍ରୁଆରି (ହି.ସ.)-ପ୍ରଭୁ ଶ୍ରୀରାମ ଲଲାଙ୍କ ଦର୍ଶନ କରିବା ପରେ ଅଯୋଧ୍ୟାରୁ
ପ୍ରୟାଗରାଜ କୁମ୍ଭ ସ୍ନାନ ପାଇଁ ଯାଉଥିବା ବିହାର ଓ ଝାରଖଣ୍ଡର କାରରେ ଥିବା 4ଜଣ ଶ୍ରଦ୍ଧାଳୁଙ୍କ
ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପ୍ରୟାଗରାଜ-ଅଯୋଧ୍ୟା ଜାତୀୟ ରାଜପଥରେ
ବୁଧବାର ସକାଳେ ଶ୍ରଦ୍ଧାଳୁଙ୍କ କାର୍ ହଠାତ୍ ଏକ ଘରେ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ସମବେଦନା ବ୍ୟକ୍ତ କରିବା ସହିତ ଜିଲ୍ଲାର ଅଧିକାରୀଙ୍କୁ
ଆହତଙ୍କ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ
ମେଡିକାଲ କଲେଜ ପ୍ରତାପଗଡରେ ଭର୍ତ୍ତି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା