ନୂଆଦିଲ୍ଲୀ, 26 ଫେବ୍ରୁଆରି (ହି.ସ.)- ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ୍ ଆଦମୀ
ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ରାଜନୈତିକ ଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଆପ୍ ବିଧାୟକ ଗୁରପ୍ରୀତ ଗୋଗିଙ୍କ ବିୟୋଗ ପରେ ଖାଲି ଥିବା ପଂଜାବର ଲୁଧିଆନା ୱେଷ୍ଟ ବିଧାନସଭା
ସିଟରେ ପାର୍ଟି ରାଜ୍ୟସଭା ସଦସ୍ୟ ସଂଜୀବ ଅରୋଡାକୁ ପ୍ରାର୍ଥୀ କରିଛି । ଏହି ସିଟରେ ଅରୋଡାଙ୍କ
କାର୍ଯ୍ୟକାଳ ଏବେ 3 ବର୍ଷ ବାକି ରହିଛି । ଆପର ଏହି ପଦକ୍ଷେପ ପରେ କେଜରିୱାଲ ରାଜ୍ୟସଭା ଯିବାକୁ
ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦଳର ମୁଖପାତ୍ର ପ୍ରିୟଙ୍କା କକ୍କଡ ଏହାକୁ ଖଣ୍ଡନ କରିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା