ଡେରାଡୁନ, 26 ଫେବ୍ରୁଆରି (ହି.ସ.)
- ବିଶ୍ୱ ପ୍ରସିଦ୍ଧ 11ତମ ଜ୍ୟୋତିର୍ଲିଙ୍ଗ କେଦାରନାଥ ଧାମର
ଦ୍ୱାର ମେ 2ତାରିଖ ପ୍ରାତଃ 7ଟା ବେଳେ ବୈଶାଖ ମାସ, ମିଥୁନ ରାଶି, ବୃଷ ଲଗ୍ନରେ ବିଧିବିଧାନରେ
ଖୋଲିବ । ଦ୍ୱାର ଖୋଲିବାର ତିଥି ନିର୍ଦ୍ଧାରଣ ହେବା ସହିତ ଭଗବାନ କେଦାରନାଥଙ୍କ ପଂଚମୁଖୀ
ଡୋଲିର କେଦାରନାଥ ଧାମ ପ୍ରସ୍ଥାନର କାର୍ଯ୍ୟକ୍ରମ ବି ଘୋଷିତ ହୋଇଛି ।
ମହାଶିବରାତ୍ରି ଅବସରରେ ଆଜି ଓମକାରେଶ୍ୱର ମନ୍ଦିର ଉଖିମଠରେ
କେଦାରନାଥ ଧାମ ରାୱଲ ଭୀମାଶଙ୍କର ଲିଙ୍ଗ ଓ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଧର୍ମାଚାର୍ଯ୍ୟ ଓ
ବେଦପାଠୀ ପଂଚାଙ୍ଗ ଗଣନା ପରେ ବିଧି ବିଧାନରେ କେଦାରନାଥ ଧାମର ଦ୍ୱାର ଖୋଲିବାର ତିଥି
ନିର୍ଦ୍ଧାରଣ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା