ନୂଆଦିଲ୍ଲୀ, 26 ଫେବ୍ରୁଆରି (ହି.ସ.)
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ସ୍ୱାଧୀନତା
ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଆଜି ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସ୍ୱାଧୀନତାର ଆନ୍ଦୋଳନରେ ତାଙ୍କ
ସଂଘର୍ଷକୁ ଦେଶ କେବେ ଭୁଲିପାରିବନାହିଁ ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ତାଙ୍କ ସ୍ମରଣ କରିଛନ୍ତି
। ସେ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କ ପକ୍ଷରୁ ବୀର ସାବରକରଙ୍କୁ ତାଙ୍କ ପୁଣ୍ୟତିଥି
ଅବସରରେ ଆଦରପୂର୍ଣ୍ଣ ଶ୍ରଦ୍ଧାଂଜଳି । ସ୍ୱାଧୀନତାର ଆନ୍ଦୋଳନରେ ତାଙ୍କ ତପ, ତ୍ୟାଗ, ସାହସ ଓ
ସଂଘର୍ଷରେ ଭରା ଅମୂଲ୍ୟ ଯୋଗଦାନକୁ କୃତଜ୍ଞ ରାଷ୍ଟ୍ର କେବେ ଭୁଲିବ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା