ମହାଶିବରାତ୍ରୀର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ ଓ ପିଏମ ମୋଦି
ନୂଆଦିଲ୍ଲୀ, 26 ଫେବ୍ରୁଆରି (ହି.ସ.) -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ମହାଶିବରାତ୍ରୀ ପର୍ବର ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଔପଚାରିକ ଏକ୍ସ ଆକାଉଂଟରେ ଲେଖାଯାଇଛି ଯେ, ମୁଁ ସମସ୍ତ ଦ
ମହାଶିବରାତ୍ରୀର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ ଓ ପିଏମ     ମୋଦି


ନୂଆଦିଲ୍ଲୀ, 26 ଫେବ୍ରୁଆରି (ହି.ସ.)

-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ମହାଶିବରାତ୍ରୀ ପର୍ବର ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଔପଚାରିକ ଏକ୍ସ ଆକାଉଂଟରେ ଲେଖାଯାଇଛି ଯେ, ମୁଁ ସମସ୍ତ

ଦେଶବାସୀଙ୍କୁ ମହାଶିବରାତ୍ରୀର ପବିତ୍ର ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୋର

ପ୍ରାର୍ଥନା ଯେ, ଆମେ ସମସ୍ତଙ୍କ ଉପରେ ଦେବାଧିଦେବ ମହାଦେବଙ୍କ କୃପା ରହୁ ତଥା ଆମ ଦେଶ ନିରନ୍ତର

ପ୍ରଗତି ପଥରେ ଆଗକୁ ବଢୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏହି ଅବସରରେ ଦେଶବାସୀଙ୍କୁ

ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଭଗବାନ

ଭୋଳାନାଥଙ୍କୁ ସମର୍ପିତ ପବିତ୍ର ପର୍ବ ମହାଶିବରାତ୍ରୀର ଅସୀମ ଶୁଭକାମନା । ଏହି ଦିବ୍ୟ ଅବସର

ଆପଣ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ ଆଣୁ, ଏହାସହିତ ବିକଶିତ ଭାରତର ସଂକଳ୍ପକୁ

ସୁଦୃଢ କରୁ, ଏହାହିଁ କାମନା କରୁଛି । ହର ହର୍ ମହାଦେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande