କେଦାରନାଥ ଯାତ୍ରାରେ ନିୟୋଜିତ ପିଆରଡୀ ଯବାନମାନଙ୍କୁ ମିଳିଲା 20ଲକ୍ଷର ବୀମା ଏବଂ ସମସ୍ତ ସୁବିଧା
ଡେରାଡୁନ /ରୁଦ୍ରପ୍ରୟାଗ 25 ମଇ (ହି.ସ)-କେଦାରନାଥ ଧାମ ଯାତ୍ରା ସମୟରେ ନିୟୋଜିତ ପ୍ରାନ୍ତୀୟ ରକ୍ଷକ ଦଳ (ପିଆରଡୀ)ର ଯବାନମାନଙ୍କୁ ଏଥର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛି।ପ୍ରତ୍ୟେକ ସୈନିକମାନଙ୍କୁ 20ଲକ୍ଷ ଟଙ୍କାର ବୀମା ମଧ୍ୟ କରାଯାଇଛି ଯାହାଦ୍ୱାରା କୌଣସି ମଧ୍ୟ ବିପର୍ଯ୍ୟୟ କିମ୍ବା
କେଦାରନାଥ ଯାତ୍ରାରେ ନିୟୋଜିତ ପିଆରଡୀ ଯବାନମାନଙ୍କୁ ମିଳିଲା 20ଲକ୍ଷର ବୀମା ଏବଂ ସମସ୍ତ ସୁବିଧା


ଡେରାଡୁନ /ରୁଦ୍ରପ୍ରୟାଗ 25 ମଇ (ହି.ସ)-କେଦାରନାଥ ଧାମ ଯାତ୍ରା ସମୟରେ ନିୟୋଜିତ ପ୍ରାନ୍ତୀୟ ରକ୍ଷକ ଦଳ (ପିଆରଡୀ)ର ଯବାନମାନଙ୍କୁ ଏଥର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛି।ପ୍ରତ୍ୟେକ ସୈନିକମାନଙ୍କୁ 20ଲକ୍ଷ ଟଙ୍କାର ବୀମା ମଧ୍ୟ କରାଯାଇଛି ଯାହାଦ୍ୱାରା କୌଣସି ମଧ୍ୟ ବିପର୍ଯ୍ୟୟ କିମ୍ବା ଦୁର୍ଘଟଣା ସ୍ଥିତିରେ ସେ ଏବଂ ତାଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପାଇପାରିବେ।ଜିଲ୍ଲା ପ୍ରୋବେଶନ ଅଧିକାରୀ ଅଖିଳେଶ ମିଶ୍ରା କହିଛନ୍ତି ଯେ ସେକ୍ଟରରେ ନିୟୋଜିତ ସମସ୍ତ ଯବାନଙ୍କୁ 20ଲକ୍ଷ ଟଙ୍କାର ବୀମା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି।ସେହି ସମୟରେଜିଲ୍ଲା ଯୁବ କଲ୍ୟାଣ ଅଧିକାରୀ ବରଦ ଜୋଶୀ କହିଛନ୍ତି ଯେ ପିଆରଡି ମାଧ୍ୟମରେ ଯାତ୍ରା ପରିଚାଳନାରେ ସକ୍ରିୟ ଭୁମିକା ଗ୍ରହଣ କରୁଥିବା ଯୁବପୀଢୀ ପ୍ରାୟତଃ କମ ସକ୍ଷମ ହୋଇଥାନ୍ତି।ସେମାନଙ୍କ ପକେଟରେ କୌଣସି ଅତିରିକ୍ତ ବୋଝ ନ ପଡେ ,ସେଥିପାଇଁ ପ୍ରଶାସନ ପକ୍ଷରୁ ଏହି ଯବାନଙ୍କୁ ମାଗଣାରେ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି।ସେ କହିଛନ୍ତି ଯେ ଯବାନମାନଙ୍କୁ ଲିବର୍ଟି କମ୍ପାନୀର ଉଚ୍ଚମାନର ଟ୍ରେକିଙ୍ଗ ଜୋତା,ମୋଜା,ମଫଲର ,ଟୋପି ଏବଂ ରେନ କୋର୍ଟ ଉପଲବ୍ଧ ଯୋଗାଇ ଦିଆଯାଉଛି। ଶୋଇବା ପାଇଁ ନୁତନ ଗଦି ,ରଜାଇ,କମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି।ଖାଦ୍ୟର ବିଶେଷ ଯତ୍ନ ନେଇ ପ୍ରତି 15 ଦିନରେ ସେକ୍ଟର ମାଜିଷ୍ଟ୍ରେଟ ଦ୍ୱାରା ପଠାଯାଇଥିବା ଚାହିଦା ଅନୁଯାୟୀ ଉଚ୍ଚମାନର ରାସନ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande