କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପୁରୁଣା କ୍ଲବ ଭାବେ ପରିଚିତ ଆଜାଦ୍ କ୍ଲବ ଉଦ୍ୟମରେ ଶବ ରଖିବା ପାଇଁ ଏକ ଶୀତତାପ ନିୟନ୍ତ୍ରିତ ଫ୍ରିଜର ଅଣାଯାଇଛି । ବିଭିନ୍ନ କାରଣବଶତଃ ଶବକୁ ଦିନେ ଦୁଇଦିନ ରଖିବା ପାଇଁ ଲୋକ ହଇରାଣ ହେଉଥିବାର ଜାଣିବାକୁ ପାଇ କ୍ଲବ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଛି । ଏହି ଫ୍ରିଜ୍ରେ ଶବ ୪୮ ଘଣ୍ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇପାରିବ । ଏଥିରେ ଶବର କୈାଣସି ପ୍ରକାର ରୂପ, ରଙ୍ଗରେ ପରିବର୍ତ୍ତନ ହେବ ନାହିଁ । ଏହି ଫ୍ରିଜ୍ରେ ଶବ ରହିଲେ ଶବକୁ କୈାଣସି ପ୍ରକାର କ୍ଷତି ହେବନାହିଁ । ବାହାରେ ରହୁଥିବା ବନ୍ଧୁବାନ୍ଧବମାନେ ଘରକୁ ଫେରିବା ପାଇଁ ପ୍ରାୟ ଦିନେ ଦୁଇଦିନ ଲାଗିଥାଏ । ଏହାଦ୍ୱାରା ଶବ ବାହାରେ ରହିଲେ ଗରମରେ ଶବକୁ କ୍ଷତି ପହଁଚିଥାଏ । ଏ ଫ୍ରିଜ୍ ଭିତରେ ଶବ ରହିଲେ ଶବ ତଟକା ରହିପାରିବ । କୈାଣସି ବ୍ୟକ୍ତି ଶବ ରଖିବା ପାଇଁ ଏହି ଫ୍ରିଜ୍ ବିନା ମୂଲ୍ୟରେ ନେଇପାରିବ ବୋଲି କ୍ଲବର ସଭାପତି ହିବଜୁର୍ ରେହେମାନ୍ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ କ୍ଲବର ସଂପାଦକ ସେକ୍ ଲିୟାକତ୍ ଅଲ୍ଲୀ, ଉପସଭାପତି ମିର୍ ବରକତୁଲ୍ଲା, ମିର୍ ଖୁବେର, ନୁର୍ ହକ୍, ଟିକାଖାନ୍ ପ୍ରମୁଖ ସହଯୋଗ କରିଥିଲେ । ଏହି ଫ୍ରିଜର୍ଟିକୁ ଫକିରାବାଦ ମସଜିଦ୍୍କୁ ହସ୍ତାନ୍ତର କରାଯିବ ବୋଲି ସଭାପତି ହିବଜୁର୍ ରହେମାନ୍ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ