ଜୟପୁର,୨୫ ମଇ (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଓ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘର ମିଳିତ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଛି I ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଓ ରାଜ୍ୟ ସଭାପତି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ରାଜ୍ୟ ସଭପତି ଶଶୀ ଭୂଷଣ ଦାସ ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରି ଯୋଗଦାନ କରିଥିଲେ I କର୍ମଚାରି ମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅବହେଳିତ, ନିଷ୍ପେସିତ, ନିର୍ଯ୍ୟାତିତ ଓ ଚାପଗ୍ରସ୍ତ ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବୈଠକରେ ଆଲୋଚନା କରାଯାଇଥିଲା I କର୍ମଚାରି ମାନେ ସରକାର ଙ୍କ ଗୋଟିଏ ଗୋଟିଏ ଅଙ୍ଗ ବୋଲି ଶ୍ରୀ ଦାଶ୍ ସଭାପତି ମତବ୍ୟକ୍ତ କରିଥିଲେ I କର୍ମଚାରୀ ମାନେ ସରକାର ଙ୍କ ପ୍ରତିଟି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ I ତେଣୁ ସରକାର କର୍ମଚାରି ମାନଙ୍କ ପ୍ରତି ଦୟା କରନ୍ତୁ ବୋଲି ସଂଘ ପକ୍ଷରୁ ସମସ୍ତ ଉପସ୍ଥିତ କର୍ମଚାରୀ ମତବ୍ୟକ୍ତ କରିଥିଲେ I ସମସ୍ତ କର୍ମଚାରୀ ଜନତା ସେମାନଙ୍କ ପରିବାର ଅଛନ୍ତି ସେମାନେ ମଧ୍ୟ ସରକାର ଙ୍କୁ ପ୍ରତିଟି କ୍ଷେତ୍ରରେ ଆୟ କର ସହିତ ସମସ୍ତ ପ୍ରକାରର କର ଦେଉଥିବା ସମସ୍ତ କର୍ମଚାରୀ ମତ ଦେଇଥିଲେ I ସରକାର ଜନତାଙ୍କ କଥାକୁ ଗୁରୁତ୍ବ ଦେଉଥିବା ବେଳେ ଆମ ସ୍ବଳ୍ପ ବେତନ ଭୋଗି କର୍ମଚାରି ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କରିଥିଲେ I
ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ ର ପୁର୍ବତନ ଉପସଭାପତି ନରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ବେଳେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅମଲା ସଂଘ ଉପ ସଭାପତି କୋରାପୁଟ ଜିଲ୍ଲା ଶାଖା ଜଗନ୍ନାଥ ମାଝୀ, ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଉପଦେଷ୍ଟା କୈଳାଶ ସାମନ୍ତରାୟ, ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ବାଜି ସେଠି, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ୱାଇ ଶ୍ରୀନିବାସ ରାଓ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦୋରାଗୁଡା ତଥା ଜୟପୁର ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ଭାଗିରଥି ବାରିକ୍ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ସମସ୍ତ ଉପସ୍ଥିତ କର୍ମଚାରୀ ଙ୍କ ମତାମତକୁ ଭିତ୍ତିକରି ରାଜ୍ୟ ସଂଘକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟରେ ଏକ କର୍ମଚାରି ମହାମଞ୍ଚ ଗଠନ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି I ପରିଶେଷରେ ଜଗଦୀଶ ମିଶ୍ର ଶିକ୍ଷକ ତଥା ବରିଷ୍ଠ ସଦସ୍ୟ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି