ବ୍ରହ୍ମାକୁମାରୀଜ୍ ସମ୍ବଲପୁର ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ
ସମ୍ବଲପୁର, ୨୫ ମଇ (ହି.ସ.)- ବ୍ରହ୍ମାକୁମାରୀଜ୍ ସମ୍ବଲପୁର, ଉପକ୍ଷେତ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ଦିଦିଙ୍କ ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଗେଟି ଟକିଜ୍ ରୋଡ୍ ପାର୍ଶ୍ୱସ୍ଥ ଚିତ୍ରଗୁପ୍ତ ମନ୍ଦିର ନିକଟ ଦ୍ଵ
ବ୍ରହ୍ମାକୁମାରୀଜ୍ ସମ୍ବଲପୁର ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ


ବ୍ରହ୍ମାକୁମାରୀଜ୍ ସମ୍ବଲପୁର ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ


ବ୍ରହ୍ମାକୁମାରୀଜ୍ ସମ୍ବଲପୁର ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ


ବ୍ରହ୍ମାକୁମାରୀଜ୍ ସମ୍ବଲପୁର ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଉଦଘାଟିତ


ସମ୍ବଲପୁର, ୨୫ ମଇ (ହି.ସ.)- ବ୍ରହ୍ମାକୁମାରୀଜ୍ ସମ୍ବଲପୁର, ଉପକ୍ଷେତ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ଦିଦିଙ୍କ ଦ୍ଵାରା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ନୂତନ ରାଜଯୋଗ ଶିକ୍ଷାକେନ୍ଦ୍ର ଗେଟି ଟକିଜ୍ ରୋଡ୍ ପାର୍ଶ୍ୱସ୍ଥ ଚିତ୍ରଗୁପ୍ତ ମନ୍ଦିର ନିକଟ ଦ୍ଵିତଳ ଘରେ ଆଜି ସକାଳ ୮ ଟା ବେଳେ ଉଦଘାଟିତ ହୋଇଯାଇଛି। ଏହି ଘରକୁ ଦିଲ୍ଲୀରେ ରହୁଥିବା ସମ୍ବଲପୁର ମୂଳ ବାସିନ୍ଦା ବ୍ରହ୍ମାକୁମାର ସରୋଜ ଗୁରୁ ଓ ବ୍ରହ୍ମାକୁମାରୀ ସୁଦୀପ୍ତା ଗୁରୁ ସ୍ୱଇଛାରେ ଯୋଗାଇ ଦେଇଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ବଲପୁର ନିକଟସ୍ଥ ସେବାକେନ୍ଦ୍ରର ଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ଭଉଣୀ ମାନେ ଓ ଅନେକ ବ୍ରହ୍ମାକୁମାର ଭାଇ ତଥା ବ୍ରହ୍ମାକୁମାରୀ ଭଉଣୀ ମାନେ, ମାଁ ମାନେ ଯୋଗ ଦେଇଥିଲେ।

ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ ଦିଦି କହିଲେ, ବର୍ତ୍ତମାନ ଜନ ସମାଜ ଜଟିଳ ପରିସ୍ଥିତିରେ ଚାଲୁଥିବା ବେଳେ ଈଶ୍ୱରୀୟ ସନ୍ଦେଶ ସମସ୍ତଙ୍କ ପାଖକୁ ପହଞ୍ଚିବା ଆବଶ୍ୟକ । ଏଥିରୁ ଯେଉଁ ପ୍ରାପ୍ତି ମିଳୁଛି ତାହା ଜ୍ଞାନ, ଯୋଗ, ଧାରଣା ଓ ସେବା । ରାଜାଯୋଗ ଦ୍ଵାରା ଏକାଗ୍ରତା ଓ ସ୍ଥିରତା ବୃଦ୍ଧି ପାଇଥାଏ ଯାହା ସ୍ଥିତିକୁ ସ୍ଥିର ରଖେ । ସେବା ଦ୍ଵାରା ଶାନ୍ତି ମୈତ୍ରୀ ବୃଦ୍ଧି ପାଏ, ଆଶୀର୍ବାଦ ମିଳିଥାଏ। ଜ୍ଞାନ ଜଟିଳ ପରିସ୍ଥିତିରୁ ଉଦ୍ଧାର କରାଏ। ଗୃହକୁ ଆଶ୍ରମ ବନାଇବାର ମାଧ୍ୟମ ହେଉଛି ଆଧ୍ୟାତ୍ମିକ ଶିକ୍ଷା ଓ ପବିତ୍ରତା। ସେ ପରମାତ୍ମା ଶିବଙ୍କ ଧ୍ଵଜା ଉତ୍ତୋଳନ କରି ଶପଥ ପାଠ କରାଇ ଥିଲେ । ବ୍ରହ୍ମାକୁମାରୀ ବିନୀ ଭଉଣୀ କହିଲେ, ଏହି ସେବାକେନ୍ଦ୍ର ପ୍ରତିଦିନ ସକାଳ ୭ ଟାରୁ ୧୧ଟା ଓ ସନ୍ଧ୍ୟା ୫ ଟାରୁ ୮ଟା ପର୍ଯ୍ୟନ୍ତ ରାଜଯୋଗ ଶିକ୍ଷାପାଇଁ ଖୋଲା ରହିବ।

ଏଥିରେ ନୂତନ ଭାବେ ରାଜଯୋଗ ଶିଖିବାପାଇଁ ଇଚ୍ଛୁକ ଭାଇ ଭଊଣୀମାନେ ଯୋଗ ଦେବେ । ବ୍ରହ୍ମାକୁମାରୀ ସୁଶୀଳା ଭଉଣୀ, ଶିକ୍ଷୟତ୍ରୀ, ହୀରାକୁଦ ସେବାକେନ୍ଦ୍ର କହିଲେ ଯେ ଏହି ନୂତନ କେନ୍ଦ୍ରଟି ସମ୍ବଲପୁର ସହରର କେନ୍ଦ୍ରସ୍ଥଳରେ ଥିବାରୁ ବହୁ ଆତ୍ମା ଜ୍ଞାନର ସୁଯୋଗ ପାଇବେ। ବ୍ରହ୍ମା କୁମାରୀ ଜ୍ୟୋତି ଭଉଣୀ, ଶିକ୍ଷୟତ୍ରୀ,ବୁର୍ଲା,ସମସ୍ତଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ। କୁମାରୀ ଶ୍ୱେତା ସ୍ବାଗତ ସଙ୍ଗୀତ ଓ କୁମାରୀ ଆଦିତ୍ୟା ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ବ୍ରହ୍ମାକୁମାରୀ ଦୀପା ଭଉଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାୟ ୧୦ ଟାରେ ଭୋଗ ସ୍ଵୀକାର ପରେ ଉଦଘାଟନୀ ଉତ୍ସବର ସମାପ୍ତି ହେଲା।

ଆଜି ଠାରୁ ତିନି ଦିନ ତଥା ୨୫, ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ପ୍ୟତ୍ଯେହ ସଂଧ୍ୟା ୬ଟା ରୁ ସାଢେ ୭ଟା ପର୍ଯ୍ଯନ୍ତ ବିଶେଷ ସାମୁହିକ ରାଜଯୋଗ ଶିବିର ଚାଲିବ। ଏଥିପାଇଁ ଆଖପାଖ ଅଞ୍ଚଳର ସମସ୍ତ ଆଧ୍ଯାତ୍ମିକ ପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ହାର୍ଦ୍ଦିକ ଈଶ୍ବରୀୟ ନିମନ୍ତ୍ରଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande