ବୃକ୍ଷରୋପଣ କରି ଜନ୍ମ ଦିନ ପାଳନ କଲେ କରାଟେ କୋଚ ଅସୀମ
ବଲାଙ୍ଗିର, 25 ମେ (ହି.ସ.)ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରଂପରା ଅପଣାଇ ଜନ୍ମଦିନ ମାନଙ୍କରେ ଲୋକେ କେକ୍ କାଟି, ଭୋଜି ଭାତି, ନାଚ ଗୀତ ସହିତ ବଡ ଧୁମଧାମରେ ଜନ୍ମ ଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ୍ ଅସୀମ
ବୃକ୍ଷରୋପଣ କରି ଜନ୍ମ ଦିନ ପାଳନ କଲେ କରାଟେ କୋଚ ଅସୀମ


ବୃକ୍ଷରୋପଣ କରି ଜନ୍ମ ଦିନ ପାଳନ କଲେ କରାଟେ କୋଚ ଅସୀମ


ବୃକ୍ଷରୋପଣ କରି ଜନ୍ମ ଦିନ ପାଳନ କଲେ କରାଟେ କୋଚ ଅସୀମ


ବଲାଙ୍ଗିର, 25 ମେ (ହି.ସ.)ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରଂପରା ଅପଣାଇ ଜନ୍ମଦିନ ମାନଙ୍କରେ ଲୋକେ କେକ୍ କାଟି, ଭୋଜି ଭାତି, ନାଚ ଗୀତ ସହିତ ବଡ ଧୁମଧାମରେ ଜନ୍ମ ଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ୍ ଅସୀମ କୁମାର ଭୋଇ । ଅସୀମ ଭୋଇ ନିଜ ଜନ୍ମ ଦିନରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ଜିଲ୍ଲା ଟାଇକଣ୍ଡୋ ସଂଘର ଛାତ୍ର ଛାତ୍ରୀଙ୍କ ସହଯୋଗ କ୍ରମେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆରେ ୪୦ଟି ବୃକ୍ଷ ରୋପଣ କରିଛନ୍ତି । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଏକ ବିରାଟ ପଡିଆ ହୋଇଥିବା ସତ୍ୱେ ଏଠି ଗୋଟିଏ ବି ଗଛ ନ ଥିବାରୁ ଖେଳାଳିମାନେ ବୃକ୍ଷର ଛାଇ ଟିଏ ପାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଆଜି କିଛି ଛାୟା ପ୍ରଦାନକାରୀ ଗଛ ଓ ଫଳ ଗଛ ଲଗାଯାଇଥିବା ଯୁବ ସମାଜସେବୀ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେବା ସଙ୍ଗେ ଏ ବୃକ୍ଷମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande