ରାଷ୍ଟ୍ରପତିଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, 25 ମେ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କର ପରିବାର ବର୍ଗ ସହ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଭାରତ ର
ରାଷ୍ଟ୍ରପତିଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ


ଭୁବନେଶ୍ୱର, 25 ମେ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କର ପରିବାର ବର୍ଗ ସହ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆଜି ଭାରତ ର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଁ ଓ ମୋର ପରିବାର ବର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲି। ଏଥିରେ ମୋ ସହ ମୋ ଧର୍ମପତ୍ନୀ ତଥା। ବଲାଙ୍ଗୀର ର ମାନନୀୟ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ଆମର ଝିଅ ନିବୃତ୍ତି କୁମାରୀ ମେୱାର ଏବଂ ଆମର ପ୍ରିୟ ନାତି-ନାତୁଣୀ-ମୋହଲକ୍ଷିକା କୁମାରୀ ମେୱାର, ପ୍ରାଣେଶ୍ୱରୀ କୁମାରୀ ମେୱାର ଏବଂ ହରିତରାଜ ସିଂହ ମେୱାର ମଧ୍ୟ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande