ବଲାଙ୍ଗିର, 25 ମେ (ହି.ସ.)ମାଁ ମାହେଶ୍ୱରୀ ସେନା ତରଫରୁ ବଲାଙ୍ଗିର ଜିଲ୍ଲା ଶ୍ରମିକ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ମାହେଶ୍ୱର ସେନା ଦ୍ୱାରା ବିଗତ ଦିନ ମାନଙ୍କରେ ହୋଇଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ନୂତନ ଭାବେ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଥିଲା । ମାଁ ମାହେଶ୍ୱରୀ ସେନାର କେନ୍ଦ୍ରୀୟ ସଦସ୍ୟ ଥବିର କର୍ମୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ସଭାପତି ଭାବେ ମନୋଜ କରନ, ସଂପାଦକ ରମାକାନ୍ତ ମେଶ୍ୱା, ଉପ-ସଭାପତି ମନୋଜ ଖମାରୀ, ସହ-ସଂପାଦକ ଭାଗବତ ଦନ୍ତା, କୋଷାଧ୍ୟକ୍ଷ ଅରୁଣ ପଲତା, ସହ କୋଷାଧ୍ୟକ୍ଷ ବଲିଆର ବସ୍ତିଆ, ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପାର୍ଥ କର୍ଣ୍ଣ ଓ ସୁରେଶ ଚନ୍ଦ୍ର କମ୍ପ ମନୋନିତ ହୋଇଥିଲେ । ମାଁ ମାହେଶ୍ୱରୀ ସେନାର ଜିଲ୍ଲା ସ୍ତରୀୟ କମିଟିରେ ମନୋନିତ ହୋଇଥିବା କର୍ମକର୍ତ୍ତା ନିଜ ପଦବୀରେ ଦାୟିତ୍ୱ ନେଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିବା ସହ ଆଗାମୀ ଜୁନ ୨ ତାରିଖରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ବ୍ଲଡ ବ୍ୟାଙ୍କ ଠାରେ ଆୟୋଜିତ ହେବାକୁ ଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ କେମିତି ସଫଳ ଆୟୋଜନ କରାଯିବ ସେଥି ପାଇଁ ଆଲୋଚନା କରାଗଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ