ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,
ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,
ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,


ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,


ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,


ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ଉଦ୍‌ଘାଟିତ,


ସମ୍ବଲପୁର, ୨୫ ମେ (ହି.ସ.)

ଆଜି ସମ୍ବଲପୁର ଦୁର୍ଗାପାଲି ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ବ ବିଭାଗୀୟ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଜାଧବ, ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ଜିଲ୍ଲା ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ସୁଦର୍ଶନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଦୁର୍ଗାପାଲି ରେଲୱେ ଓଭରବ୍ରିଜ୍ ର ଶୁଭ ଉଦଘାଟନ ହୋଇଯାଇଛି।

ଏହି ପ୍ରକଳ୍ପ ଟି ଓଡିଶା ସରକାରଙ୍କ ପୂର୍ତ୍ତବିଭାଗ ର ସହଯୋଗରେ ୬୦ କୋଟି ୪୩ ଲକ୍ଷ ୭୮ ହଜାର ଟଙ୍କା ବେୟ ବରାଦ ନିର୍ମାଣ କରାଯାଇଛି । ଏହି ଓଭରବ୍ରିଜ୍ ସାଧାରଣ ଲୋକଙ୍କ ପାଇଁ ଦୀର୍ଘଦିନର ଆବଶ୍ୟକତା ଥିଲା। ରେଲ ଲାଇନ କଟି ଯାଇଥିବା ଆଞ୍ଚଳିକ ସଡ଼କରେ ପ୍ରତିଦିନ ବିପଦ ଓ ବିଳମ୍ବ ସାମ୍ନା କରିବାକୁ ପଡ଼ୁଥିଲା। ଏହି ବ୍ରିଜ୍ ନିର୍ମାଣ ହେବା ଦ୍ଵାରା ଜନସାଧାରଣଙ୍କର ଯୋଗାଯୋଗ ଏବଂ ସୁରକ୍ଷାର ବୃଦ୍ଧି ଘଟିବ ଏବଂ ସ୍ଥାନୀୟ ନାଗରିକମାନେ ଏବେ ରେଲଗାଡ଼ି ଯିବାଆସିବା ଜନିତ ବିଳମ୍ବ ଓ ବିପଦ ଠାରୁ ମୁକ୍ତି ପାଇପାରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଓଭରବ୍ରିଜ୍ ସମଲପୁର ଜିଲ୍ଲାର ଆଧୁନୀକି କରଣ, ବିକାଶ ଏବଂ ଯାତାୟାତ ବ୍ୟବସ୍ଥାରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ। ଶୀତଳଷଷ୍ଠୀ ଅବସର ଏହି ଓଭରବ୍ରିଜ୍ ର ଉନ୍ମୋଚନ ହେବା ସହରବାସୀଙ୍କ ପାଇଁ ଏକ ଆନନ୍ଦରରେ ବିଷୟ ଯାହା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସମ୍ବଲପୁର ସହରର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଗୁଡିକର ପରିକଳ୍ପନା କରାଯାଇଛି । ଯାହା ଅଗାମୀ ଦିନରେ ନିର୍ମାଣ କରାଯିବାର ଆଶା କରୁଛୁ। ଆସନ୍ତା ଜୁନ ୫ ତାରିଖରେ ବିଶ୍ଵ ପର୍ଜ୍ୟାବରଣ ଦିବସ ଅବସରରେ ଆମ ପରିବେଶକୁ ସରସ ସୁନ୍ଦର କରିବା ଲକ୍ଷ୍ୟରେ 'ନିଜ ମାଁ ପାଇଁ ଗଛ ଟିଏ' ଅଭିଯାନରେ ସମସ୍ତ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିଥିଲେ । ଏହି ଅଭିଯାନର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande