ଗଞାମ, ୨୫ ମଇ (ହି.ସ.)- ଗଞାମ ଜିଲାରେ ଏମିତି ସହର ଗାଁ ରହିଛି। ସେହି ଅଂଚଳକୁ ଭଲ ରାସ୍ତାଟିଏ ନଥିବା ବେଳେ ଲୋକ ତଥା ଯାନବାହାନ ଚଳାଚଳରେ ବାଧକ ହେଉଥିବା ବେଳେ ଏହି ସବୁ ଅଂଚଳରେ ରାସ୍ତାଘାଟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ଏମିତି କେତେକ ଅଂଚଳ ଅଛି ଅଯଥାରେ ପକ୍କା ରାସ୍ତା ଉପରେ ପକ୍କା ରାସ୍ତା ନିର୍ମାଣ କରି ସରକାରଙ୍କ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି । ପ୍ରାୟ ଦୁଇ -ତିନିବର୍ଷ ପୂର୍ବେ ଶେରଗଡ ବ୍ଲକର ପିତ୍ତଳ ଅଂଚଳରେ ତିନି କିଲୋମିଟର ରାସ୍ତାକୁ ବହୁ ଲକ୍ଷ ଟଂକା ବ୍ଯୟରେ ପକ୍କା କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି । ଏହି ରାସ୍ତା ଉପରୁ ଚେନାଏ ସିମେଣ୍ଟ ଛାଡି ନଥିବା ବେଳେ ଗୋଡିଟିଏ ବାହାରି ନଥିବାବେଳେ ପୁଣି ପକ୍କା ସଡକ ଉପରେ ବର୍ତ୍ତମାନ ପକ୍କା ସଡକ ନିର୍ମାଣ ଚାଲିଛି । ଏହା କାହା ସ୍ୱାର୍ଥରେ ହେଉଛି । ବହୁ ଲକ୍ଷ ଟଂକା ତଥା ଗରୀବ ପ୍ରଜାକଂର ଅର୍ଥ କାହିଁକି ବ୍ଯୟ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ ବାରମ୍ବାର ଏହି ଅଂଚଳରେ ସଡକ ଉପରେ ସଡକ ନିର୍ମାଣ ହେଉଥିବାରୁ ଜନସାଧାରଣଙ୍କ ଘର ଠାରୁ ସଡକ ଉଚା ହୋଇ ଚାଲିଥିବାରୁ ବର୍ଷାଦିନେ ବର୍ଷା, ନାଳନର୍ଦ୍ଧମା ପାଣି ଘରେ ପସୁଥିବାରୁ ପକ୍କା ସଡକ ନିର୍ମାଣକୁ ସାଧାରଣରେ ନାପସନ୍ଦ କରୁଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ