ଲଷ୍ମୀ ମହାପାତ୍ର ସ୍ମୃତି ସଂସଦ’ ପକ୍ଷରୁ ସ୍ୱତନ୍ତ୍ର ବୈଠକ
ଭଦ୍ରକ, ୨୫ ମଇ (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ କୁଆଁଶ ଶ୍ୟାମସୁନ୍ଦର ଜୀଉ କମ୍ୟୁନିଟି ସେଂଟର ଠାରେ ଲଷ୍ମୀ ମହାପାତ୍ର ସ୍ମୃତି ସଂସଦ’ ତତଫରୁ ଏକ ସ୍ୱତନ୍ତ୍ର ବୈଠକ ସ୍ମୃତି ସଂସଦ ର ସଭାପତି ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉଦେଶ୍ୟ
LAXMI MOHAPATRA SMRUTI SANSAD


ଭଦ୍ରକ, ୨୫ ମଇ (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ କୁଆଁଶ ଶ୍ୟାମସୁନ୍ଦର ଜୀଉ କମ୍ୟୁନିଟି ସେଂଟର ଠାରେ ଲଷ୍ମୀ ମହାପାତ୍ର ସ୍ମୃତି ସଂସଦ’ ତତଫରୁ ଏକ ସ୍ୱତନ୍ତ୍ର ବୈଠକ ସ୍ମୃତି ସଂସଦ ର ସଭାପତି ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ପାଇଁ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ତ୍ୟାଗଭୂମି ର ସଭାପତି ଅଜୟ ନାୟକ, ସ୍ମୃତି ସଂସଦ ର ଆବାହକ ଅଧିବକ୍ତା ଅତିସ ବେହେରା, ଅଧିବକ୍ତା ପୱନ ଶର୍ମା, ଅଧିବକ୍ତା ନିଶିକାନ୍ତ ନାୟକ, ବିଶିଷ୍ଟ ସମାଜସେବୀ ତୁଷାର କାନ୍ତି ଜେନା, ବ୍ୟୋମକେଶ ସେନାପତି,ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସନ୍ତୋଷ କୁମାର ଦାସ, ବିପ୍ଳବ କୁମାର ହୋତା, ଜାନକୀ ବଲ୍ଲଭ ମହାପାତ୍ର, ଖଗେଶ୍ୱର ବେହେରା, ଲୋକମାନ ଖାନ, ତପସ୍ୱିନୀ ପତି, ବିକାଶ ଶ୍ରେଷ୍ଠା, ବିଶ୍ୱଜିତ ବେହେରା, ଉପେନ୍ଦ୍ର କୁମାର ବାରିକ, ନରହରି ଜେନା, ହେମନ୍ତ ନାୟକ ଓ ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ନିଜ ନିଜର ମତାମତ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande