ସାବିତ୍ରୀ ବ୍ରତ ପାଇଁ ଫଳଦର ଆକାଶଛୁଆଁ ସତ୍ୟବାନ ମୁଣ୍ଡରେ ଚଡ଼କ
ବଲାଙ୍ଗିର/ ସୁବର୍ଣ୍ଣପୁର, ୨୫ ମଇ (ହି.ସ.) - ସୋମବାର ମଇ ୨୬ ତାରିଖ ସାବିତ୍ରୀ ଅମାବାସ୍ୟା। ସତ୍ୟବାନ ମାନଙ୍କ ମଙ୍ଗଳ ପାଇଁ ସାବିତ୍ରୀୀ ମାନେେ ଅର୍ଥ।।ତନିଜର ଧର୍ମପତ୍ନୀ ମାନେ ବ୍ରତ ରଖିବେ। ବିଧି ଅନୁସାରେ ମନପସନ୍ଦ ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଫଳ ପୁଲ, ପତ୍ର ଆଣିବା ପାଇଁ ଚିଠା ପ୍ରଦାନ କରିଛନ୍ତ
ସାବିତ୍ରୀ ବ୍ରତ ପାଇଁ ଫଳଦର ଆକାଶଛୁଆଁ ସତ୍ୟବାନ ମୁଣ୍ଡରେ ଚଡ଼କ


ବଲାଙ୍ଗିର/ ସୁବର୍ଣ୍ଣପୁର, ୨୫ ମଇ (ହି.ସ.) - ସୋମବାର ମଇ ୨୬ ତାରିଖ ସାବିତ୍ରୀ ଅମାବାସ୍ୟା। ସତ୍ୟବାନ ମାନଙ୍କ ମଙ୍ଗଳ ପାଇଁ ସାବିତ୍ରୀୀ ମାନେେ ଅର୍ଥ।।ତନିଜର ଧର୍ମପତ୍ନୀ ମାନେ ବ୍ରତ ରଖିବେ। ବିଧି ଅନୁସାରେ ମନପସନ୍ଦ ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଫଳ ପୁଲ, ପତ୍ର ଆଣିବା ପାଇଁ ଚିଠା ପ୍ରଦାନ କରିଛନ୍ତି ସ୍ୱାମୀ ମାନଙ୍କୁ । ଫଳରେ ସ୍ୱାମୀ ମାନେ ଚିଠା ଧରି ବଜାରକୁ ବାହାରିବା ପରେ ବଜାର ଦର ଶୁଣି ଏକ ପ୍ରକାର ବେହାଲ ହୋଇ ପଡିଥିବା ଦେଖିବାକୁ ମିଳିଛି।ହେଲେ ନିଜର ଧର୍ମପତ୍ନୀଙ୍କ ସୁଖ ଶାନ୍ତି ଇଚ୍ଛା ପୂରଣ ପାଇଁ ଯେଣେ ତେଣେ ପ୍ରକାରରେ ଯାହା ବି ଦାମ ପଡୁ କିଣିବାକୁ ବାଧ୍ୟ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସମ୍ପ୍ରତି ବଜାରରେ ନଡ଼ିଆ ଗୋଟିକୁ ୩୦ଟଙ୍କା ବିକ୍ରି ହେଉଥିବା ବେଳେ ସପୁରୀ ୪୦/ ୫୦ ,ସେଓ ଗୋଟିକୁ ୩୦,ସାନ୍ତରା ୩୦,ଲିଚୁ ୨୦,ଅଙ୍ଗୁର ପାଏ କୁ ୫୦,ଡାଳିମ୍ବ ଗୋଟିକୁ ୩୦/୪୦,କଦଳୀ ଦର୍ଜନ ୫୦,ଖଜୁରୀ ଦନା ପ୍ରତି ୨୦, ତାଲ ଗୋଟାକୁ ୧୦,ବେଲ ୧୦,ତରଭୁଜ ଗୋଟିକୁ ୪୦ରୁ୧୦୦,ପଦ୍ମଫୁଲ ଗୋଟାଏ ୧୦, ପିଜୁଳି ୧୦,ପୁଷ୍କର ଗୋଟାକୁ ୧୦, ପଇଡ଼ ଗୋଟିକୁ ୫୦ ଟଙ୍କା ଦରରେ ବିକ୍ରୀ ହେଉଛି। ସବୁଠାରୁ ମାହାଙ୍ଗା ପଲାସ ପତ୍ର ୨୦ ଟି ଥିବା ମାଳକୁ ୪୦ ଟଙ୍କା। ବାଇଗଣ ପାଲି ଆମ୍ବ କିଲୋ ୮୦ ଟଙ୍କା,ତୋଟା ପାଲି, ଡେଶ୍ରି, ଆମ୍ବ୍ରପାଲି, ଲେଙ୍ଗଡା ଆମ୍ବ ୮୦ ରୁ ୧୦୦ ଟଙ୍କା କିଲୋ ଦରରେ ଅଜି ବିକ୍ରୀ ହେଉଥିବା ଦେଖାଯାଉଛି।ସେହିପରି କପଡ଼ା ଦୋକାନ ମାନଙ୍କରେ ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ଏହାର ସୁଯୋଗ ନେଇ ଦୋକାନୀ ମାନେ ଶାଢ଼ୀ ଗୁଡ଼ିକର ଦାମ ଦୁଇଗୁଣା ବଢାଇ ଡେଇ ସେଥିରୁ ଡିସକାଉଂଟ କରି ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିବା ଜଣା ପଡିଥିଲା ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande