ବିକାଶ ସଂକଳ୍ପ ଫାଉଣ୍ଡେସନର ଏକ ଅଭିନବ ପ୍ରୟାସ
ଜୟପୁର, 25 ମେ (ହି.ସ.)ବିକାଶ ସଂକଳ୍ପ ଫାଉଣ୍ଡେସନ ତରଫରୁ ବାଲିଆ ଗ୍ରାମ ପଞ୍ଚାୟତର କୁନ୍ତରଖାଲ ଗ୍ରାମର ଗ୍ରାମବାସୀମାନଙ୍କୁ ନେଇ ଏକ ଆଦର୍ଶ ଗ୍ରାମର ଗଠନ କରିବା ଉଦ୍ଦେଶ୍ୟରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବିଷୟରେ ଯଥା ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ ସହ ବୃକ୍ଷ ରୋପଣ, କ
ବିକାଶ ସଂକଳ୍ପ ଫାଉଣ୍ଡେସନର ଏକ ଅଭିନବ ପ୍ରୟାସ


ଜୟପୁର, 25 ମେ (ହି.ସ.)ବିକାଶ ସଂକଳ୍ପ ଫାଉଣ୍ଡେସନ ତରଫରୁ ବାଲିଆ ଗ୍ରାମ ପଞ୍ଚାୟତର କୁନ୍ତରଖାଲ ଗ୍ରାମର ଗ୍ରାମବାସୀମାନଙ୍କୁ ନେଇ ଏକ ଆଦର୍ଶ ଗ୍ରାମର ଗଠନ କରିବା ଉଦ୍ଦେଶ୍ୟରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ବିଷୟରେ ଯଥା ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ ସହ ବୃକ୍ଷ ରୋପଣ, କୃଷି ଜାତୀୟ ବିଷୟରେ ଓ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ତଥା ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ଏହି ବୈଠକରେ ଗ୍ରାମର ବୁଢ଼ୀ ଠାକୁରାଣୀ ଗୃପର ସେବା ମଣି ବାରିକ,ଜଗତ ଜନନୀ ଗୃପର କୁମାରୀ ଯମୁନା ନାହାକ ଓ ଗ୍ରାମବାସୀ ମଧୁ ବାରିକ, ସୁବାସ ବାରିକ ତଥା ବିକାଶ ସଂକଳ୍ପ ଫାଉଣ୍ଡେସନର ନିରାକାର ଚୌଧୁରୀ, ବିଷ୍ଣୁ ପ୍ରସାଦ ସାହୁ, ସୁବ୍ରତ ପଣ୍ଡା, କୁମାରୀ ଲିଜାଲିନ୍ ମହାରଣା, ସମ୍ପାଦକ ପାର୍ଥ ସାରଥି ପଣ୍ଡା ଓ ଉପାଧ୍ୟକ୍ଷ ଡମ୍ବୁରୁ ଧର ପାଣିଗ୍ରାହୀ ଉପସ୍ଥିତି ସହ ସମସ୍ତଙ୍କର ଉଦ୍ୟମରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ସହ ଏହି ବୈଠକ ସାଙ୍ଗ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande