ରାଇଘର ବ୍ଲକ୍ ଡୁମୁରୀମୁଣ୍ଡା ପ୍ରାଥମିକ ସବଷ୍ଟେସନ୍ ର ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 25 ମେ (ହି.ସ.) ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ରାଇଘର ବ୍ଲକ୍ ଡୁମୁରୀମୁଣ୍ଡା ପ୍ରାଥମିକ ସବଷ୍ଟେସନ୍ ର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକ ବିଜୁଳି ସମସ୍ୟା ଭୋଗୁଥିବା ବେଳେ ସବ ଷ୍ଟେସନ୍ ନିର୍ମାଣ ପାଇଁ
ରାଇଘର ବ୍ଲକ୍ ଡୁମୁରୀମୁଣ୍ଡା ପ୍ରାଥମିକ ସବଷ୍ଟେସନ୍ ର ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 25 ମେ (ହି.ସ.) ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ରାଇଘର ବ୍ଲକ୍ ଡୁମୁରୀମୁଣ୍ଡା ପ୍ରାଥମିକ ସବଷ୍ଟେସନ୍ ର ଶୁଭ ଉଦଘାଟନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକ ବିଜୁଳି ସମସ୍ୟା ଭୋଗୁଥିବା ବେଳେ ସବ ଷ୍ଟେସନ୍ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଯାହା ୨୧ କୋଟି ଟଙ୍କା ବିନିମୟରେ ଆମ ସରକାର ନିର୍ମାଣ କରିଛନ୍ତି। ଏହା ଦ୍ଵାରା ୪ଟି ପଞ୍ଚାୟତ ଛେଳିଡଙ୍ଗରୀ, ମହଣ୍ଡ, ଦେବାଗାଁ ଓ କଚରାପାରାର ୯ ହଜାର ଘର ଉପକୃତ ହେବେ ବୋଲି ସେ କହିଛନ୍ତି ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande