ମାଲକାନଗିରି, ୨୫ ମଇ (ହି.ସ.)- ଆତଙ୍କବାଦୀଙ୍କ ପକ୍ଷରୁ ପହଲ ଗାମରେ ନିରୀହ ପର୍ଯ୍ୟଟକ ମାନଙ୍କୁ ନିର୍ମମ ହତ୍ୟା କରାଯାଇଥିବା ପ୍ରତିବାଦରେ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୁର ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ସେନା ବୀରତ୍ଵ ଦେଖାଇବା ସହ ଯାହା ତ୍ୟାଗ କରିଛନ୍ତି ସେଥିପାଇଁ ସାରା ଭାରତବାସୀ ଆଜି ଗର୍ବିତ । ଆଜି ସେହି ଯବାନ ମାନଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପଡିଆ ଅଞ୍ଚଳ ବାସୀଙ୍କ ପକ୍ଷରୁ ସାଂସଦ ପ୍ରତିନିଧି ପି. ଭେଙ୍କେଟେଶ୍ୱର ରାଓଙ୍କ ନେତୃତ୍ୱରେ ଭାରତୀୟ ଯବାନଙ୍କ ବୀରତ୍ଵ ଓ ତ୍ୟାଗକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ପଡିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ବାହାରି ବଜାର ପରିକ୍ରମା କରାଯାଇ ବିଭିନ୍ନ ସାହି ମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଦେବା ମାଡକାମୀ, ବିଧାୟକ ପ୍ରତିନିଧ ପ୍ରତିନିଧି ମନଦୀପନ ରାୟ, ବ୍ଲକ ବିଜେପି ସଭାପତି କୋଟାମ ଟାମ ବାଲାୟା, କେ. ଭାସ୍କର ରାଓ, ସୁଜିତ ମଣ୍ଡଳ, ଅଶୋକ ପାଲ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କାଲିମେଳା ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ତୀରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ଦମକଳ କେନ୍ଦ୍ର ଠାରୁ ବାହାରି ମେଡିକାଲ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣ ବୀର ଯବାନଙ୍କ ବିରତ୍ୱକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।
ଆଜିର ପରାକ୍ରମ ଶୋଭାଯାତ୍ରାରେ ହରବିଲାଶ ମଣ୍ଡଳ ବିଧାୟକ ପ୍ରତିନିଧି ରାମଚନ୍ଦ୍ର ବେଟି, କାଲିମେଳା ମଣ୍ଡଳ ସଭାପତି ପରିତୋଷ ମଣ୍ଡଳ, କାଲିମେଳା ପଞ୍ଚାୟତ ସଭାପତି ରତ୍ନାକର ପାଣିଗ୍ରାହୀ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀନିବାସ ଘରାମୀ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ,
ଅବଧୂତ ପ୍ରସାଦ ଦୁର୍ଗା, ରାମ ଚନ୍ଦ୍ର କାରାମି, ବିଶ୍ୱଜିତ୍ ଦାସ, ଉତ୍ତମ ପାତ୍ର, ରମେଶ ବିଶ୍ୱାସ, ଗୁରୁଚାନ୍ଦ ହାଲଦlର, କାଲିମେଳା ମାର୍କେଟ କମିଟି ସଭାପତି ବିଜୟ ପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ, ଜେ କେ ଗ୍ରୁପ୍ ର ସଦସ୍ୟ ଏବଂ ବହୁ ଜନସାଧାରଣ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ