ଭୁବନେଶ୍ୱର, 25 ମେ (ହି.ସ): ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ପିସିସି ଚାର୍ଜସିଟି ଡ୍ରାଫ୍ଟିଂ କମିଟିରେ କେତେକ ନୂତନ ସଦସ୍ୟ ଓ ଅବାହକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି।
ଏହି କମିଟିରେ ବିଧାୟକ ଶ୍ରୀତାରାପ୍ରସାଦ ବାହିନିପତି, ବିଧାୟକ ଶ୍ରୀ ଦାସରଥି ଗମାଙ୍ଗ, ଜଗଦାନନ୍ଦ ପ୍ରଧାନଙ୍କୁ ସଦସ୍ୟଭାବରେ ଓ ବାଙ୍କନିଧି ବେହେରାଙ୍କୁ ଆବାହକ ଭାବରେ ପିସିସି ସଭାପତି ଶ୍ରୀ ଦାସ ନିଯୁକ୍ତି ଦେଇଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ