ନୂଆଦିଲ୍ଲୀ, ୨୫ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୨୬ ଓ ୨୭ ତାରିଖରେ ଗୁଜୁରାଟ ଗସ୍ତରେ ଯିବେ । ଏହି ସମୟରେ ସେ ଦାହୋଦ, ଭୁଜ ଏବଂ ଗାନ୍ଧିନଗରରେ ପୃଥକ୍ ପୃଥକ୍ କାର୍ଯ୍ୟକ୍ରମରେ ଭାଗ ନେବେ । ଗସ୍ତର ଆରମ୍ଭ ମଇ ୨୬ ତାରିଖରେ ଦାହୋଦରୁ ହେବ । ସେଠାରେ ସେ ଭାରତୀୟ ରେଲୱେର ଲୋକୋମୋଟିଭ ମାନୁଫାକଚରିଂ ପ୍ଲାଂଟ ର ଉଦଘାଟନ କରିବେ । ଦାହୋଦରେ ପ୍ରଧାନମନ୍ତ୍ରୀ ସକାଳେ ଲୋକୋମୋଟିଭ ମାନୁଫାକଚରିଂ ପ୍ଲାଂଟକୁ ରାଷ୍ଟ୍ରକୁ ସମର୍ପିତ କରିବେ । ସେ ପ୍ଲାଂଟରୁ ନିର୍ମିତ ପ୍ରଥମ ଇଲେକ୍ଟ୍ରିକ ଇଞ୍ଜିନକୁ ସବୁଜ ପତାକା ଦେଖାଇବେ । ଏହି ପ୍ଲାଂଟ ଭାରତୀୟ ରେଲୱେ ନିମନ୍ତେ ୯ ହଜାର ହର୍ସପାୱାରର ଆଧୁନିକ ଇଲେକ୍ଟ୍ରିକ ଇଞ୍ଜିନ ପ୍ରସ୍ତୁୁତ କରିବ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦାହୋଦରେ ପ୍ରାୟ ୨୪ ହଜାର କୋଟି ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଥିରେ ରେଲୱେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସାମିଲ୍ ରହିଛି । ସେ ବେରାବଲ -ଅହମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ ଓ ବଲସାଦ- ଦାହୋଦ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । କଟୋସନ -କଲୋଲ ଡିଭିଜନର ଗଜ୍ କନଭରସନର ଉଦଘାଟନ କରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ