ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସାନ୍ତ ରବି ବାସରୀୟ ସୃଜନ ସାହିତ୍ୟ ଅନୁଷ୍ଠିତ
କନ୍ଧମାଳ, ୨୫ ମଇ (ହି.ସ.)- ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ରବି ବାସରୀୟ ସୃଜନ ସାହିତ୍ୟ ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଉପ
ଫୋଟ


କନ୍ଧମାଳ, ୨୫ ମଇ (ହି.ସ.)- ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଫୁଲବାଣୀର ମାସାନ୍ତ ରବି ବାସରୀୟ ସୃଜନ ସାହିତ୍ୟ ସଭାପତି ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଉପସ୍ଥିତ ସାହିତ୍ୟିକମାନେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ | ଯୁବ ପିଢ଼ିଙ୍କୁ ଅଧିକରୁ ଅଧିକ ସୁଯୋଗ ତଥା ପ୍ରୋତ୍ସାହିତ କରିବା ପାଇଁ ବକ୍ତାମାନେ ମତ ରଖିଥିଲେ | ଯୁବ କବୟିତ୍ରୀ ଶ୍ୱେତାଲିନ ବେହେରାଙ୍କ ସୁନ୍ଦର ସଂଯୋଜନାରେ କବି ଶ୍ରୀ ନବ କିଶୋର ରଥ, ବନବିହାରୀ ନନ୍ଦ,ଦୁର୍ଯ୍ୟୋଧନ ପ୍ରଧାନ, କୈଳାସ ଚନ୍ଦ୍ର ଧଳ, ରବିନ୍ଦ୍ରନାଥ ମିଶ୍ର, ଅସିତ ନନ୍ଦ, ଡ ପୁର୍ନେନ୍ଦୁ ତ୍ରିପାଠୀ,ନିରୁପମା ମଣ୍ଡଳ ପ୍ରଭୃତି କବିତା ପାଠ କରିଥିଲା ବେଳେ ଡଃ. ଚିତ୍ତରଞ୍ଜନ ମିଶ୍ର କବିତା ଗୁଡିକୁ ସମୀକ୍ଷା କରିଥିଲେ | କୋଷାଧ୍ୟକ୍ଷ କୁନ୍ଦନ ସିଂ, ଉପସଭାପତି ବିଜୟୀ କୁମାର ମହାନ୍ତି ଓ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande