ମୋବାଇଲ ଟାୱାର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରୋଗାଗ୍ରସ୍ତ ପରିବାର ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ
ଘଟଗାଁ, ୨୫ ମଇ (ହି.ସ.)- ମୋବାଇଲ ଟାୱାର ସ୍ଥାପନ ପୂର୍ବରୁ ସରକାରୀ ନିୟମରେ ଉଦ୍ଦିଷ୍ଟ ଥିବା ଦିଗ ପ୍ରତି ଦୃଷ୍ଟି ନଦେଇ ଜନବସତି, ବସବାସ କରୁଥିବା ବିଭିନ୍ନ ରୋଗାଗ୍ରସ୍ତ ପରିବାରଙ୍କ ବାସଗୃହ ନିକଟରେ ୫ଜି ମୋବାଇଲ ଟାୱାର ସ୍ଥାପନକୁ ନିକଟସ୍ଥ ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ତୀବ୍ର ବିରୋଧ କରିଛନ୍ତି । ମ
ମୋବାଇଲ ଟା୍ୱାର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରୋଗାଗ୍ରସ୍ତ ପରିବାର ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ


ଘଟଗାଁ, ୨୫ ମଇ (ହି.ସ.)- ମୋବାଇଲ ଟାୱାର ସ୍ଥାପନ ପୂର୍ବରୁ ସରକାରୀ ନିୟମରେ ଉଦ୍ଦିଷ୍ଟ ଥିବା ଦିଗ ପ୍ରତି ଦୃଷ୍ଟି ନଦେଇ ଜନବସତି, ବସବାସ କରୁଥିବା ବିଭିନ୍ନ ରୋଗାଗ୍ରସ୍ତ ପରିବାରଙ୍କ ବାସଗୃହ ନିକଟରେ ୫ଜି ମୋବାଇଲ ଟାୱାର ସ୍ଥାପନକୁ ନିକଟସ୍ଥ ଗ୍ରାମବାସୀ ଓ ବୁଦ୍ଧିଜୀବୀମାନେ ତୀବ୍ର ବିରୋଧ କରିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ, କାଶିପୁର ନିକଟସ୍ଥ ଜଗନ୍ନାଥପୁର ମୌଜାର ବଳରାମ ଦାସ ନାମକ ଜଣେ ବ୍ୟକ୍ତଙ୍କ ପ୍ଲଟ ନମ୍ବର ୨୫୫/୧୩୯୦ ଜାଗା ଉପରେ ଏକ ୫ଜି ମୋବାଇଲ ଟାୱାର ସ୍ଥାପନ କରାଯାଉଛି । ଉକ୍ତ ଜାଗା ନିକଟରେ ଥିବା ଅନ୍ୟ ଜାଗା ମାଲିକ ମାନେ ପ୍ରାୟ ସମସ୍ତଙ୍କର ସୁଗାର, ବିପି, କିଡ଼ନୀ, ଶ୍ୱାସ ଭଳି ରୋଗରେ ଆକ୍ରାନ୍ତ ତେଣୁ ଏମାନେ ଘର କରିବାକୁ ଥିବା ଜାଗା ଓ ନିକଟରେ ବସବାସ କରୁଥିବା ନିକଟରେ ଏଭଳି ଉଚ୍ଚଶକ୍ତି ସମ୍ପନ୍ନ ୫ଜି ମୋବାଇଲ ଟାୱାର ସ୍ଥାପନ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରି ଉକ୍ତ ଟାୱାର ସ୍ଥାପନକୁ ତୀବ୍ର ବିରୋଧ କରି ଥିବାର ଜଣାପଡିଛି । ଏହାଛଡା ନିକଟରେ ପ୍ରାଥମିକ ବିଦ୍ୟାଳୟ, କଲେଜ ପ୍ରଭୃତି ରହିଥିବାରୁ ଉକ୍ତ ଟାୱାର କାର୍ଯ୍ୟକ୍ଷମ ହେଲେ ଉକ୍ତ ଟାୱାରର ପ୍ରଭାବ ଛୋଟ ଛୋଟ ପିଲାମାନଙ୍କ ଉପରେ ପଡିବା ସହିତ ନିକଟରେ ବସବାସ କରୁଥିବା ସୁଗାର, ବିପି, କିଡ଼ନୀ, ହାର୍ଟ, ଚକ୍ଷୁ, ରୋଗରେ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ବିପଦ ଆଡ଼କୁ ଗତି କରିବାର ଆଶଙ୍କା ପ୍ରକାଶ ପାଇଛି । ଉକ୍ତ ଟାୱାର ନିକଟସ୍ଥ ଜାଗାଧାରୀ ଜଣେ ହାର୍ଟ, ସୁଗାର ଓ ଚକ୍ଷୁ ରୋଗୀ ହୋଇଥିବା ବେଳେ ନିଜ ସ୍ତ୍ରୀ କିଡ଼ନୀ ରୋଗୀ, ଭାଇ, ମା, ସୁଗାର ରୋଗୀ ହୋଇଥିବାରୁ ଟାୱାର ସ୍ଥାପନ ହେଲେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିପଦ ଆଡ଼କୁ ଗତି କରିବାର ଆଶଙ୍କା କରି ଉକ୍ତ ଟାୱାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜାଗାଧାରୀଙ୍କ ସ୍ତ୍ରୀ ସୁମତୀ ଦାସ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରୋକଷ୍ଠରେ ଅଭିଯୋଗ କରିଛନ୍ତି । ସେହିଭଳି ଉକ୍ତ ଟାୱାର ନିକଟସ୍ଥ ଅନ୍ୟ ଜଣେ ଜାଗା ମାଲିକ ତଥା ସମାଜସେବୀ ପ୍ରଦୀପ କୁମାର ଦାଶ ମଧ୍ୟ ନିଜ ପରିବାରରେ ଶ୍ୱାସ, ସୁଗାର, ଚକ୍ଷୁ, ଉଚ୍ଚ ରକ୍ତଚାପ ଭଳି ରୋଗରେ ଆକ୍ରାନ୍ତ ରୋଗୀଥିବାରୁ ଉକ୍ତ ଟାୱାର ସ୍ଥାପନକୁ ବିରୋଧ କରି ଟାୱାର ସ୍ଥାପନ ବନ୍ଦ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande