ରାୟପୁର, ୨୫ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ କାର୍ଯ୍ୟକ୍ରମର ୧୨୨ ତମ ସଂସ୍କରଣରେ ରବିବାର ପୁଣି ଥରେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦନ୍ତେୱାଡ଼ା ଜିଲ୍ଲାର ଉପଲବ୍ଧି ବାବଦରେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ବସ୍ତରର ଅଲମ୍ପିକ ଓ ନକ୍ସଲ ପ୍ରଭାବିତ ଅଂଚଳରେ ସାଇନ୍ସ ଲ୍ୟାବ୍ ବାବଦରେ ଆଲୋଚନା କରିସାରିଛେ । ଏଠାକାର ଶିଶୁମାନଙ୍କ ମଧ୍ୟରେ ସାଇନ୍ସର ପ୍ୟାସନ ରହିଛି । କ୍ରୀଡ଼ାରେ ମଧ୍ୟ କରିସ୍ମା ଦେଖାଉଛନ୍ତି । ସେମାନେ ତମାମ ଚ୍ୟଲେଞ୍ଜ ମଧ୍ୟରେ ନିଜ ଜୀବନକୁ ବହୁତ ଭଲ ଭାବରେ ଗଢିଛନ୍ତି । ମୁଁ ଏହା ଜାଣି ବହୁତ ଖୁସି ଯେ ଦଶମ ଓ ଯୁକ୍ତ ୨ ପରୀକ୍ଷାରେ ଦନ୍ତେୱାଡ଼ା ଜିଲ୍ଲାର ଫଳାଫଳ ବହୁତ ଶାନଦାର ରହିଛି । ପ୍ରାୟ ୯୫ ପ୍ରତିଶତ ସହିତ ଏହି ଜିଲ୍ଲା ଦଶମ ରେଜଲ୍ଟରେ ଟପ୍ ରେ ରହିଛି । ସେହିପରି ଯୁକ୍ତ ୨ ପରୀକ୍ଷାରେ ଛତିଶଗଡ଼ ଷଷ୍ଠ ସ୍ଥାନରେ ରହିଛି । ଭାବନ୍ତୁ, ଯେଉଁ ଦନ୍ତେୱାଡ଼ା ଜିଲ୍ଲାରେ କେବେ ନକ୍ସଲବାଦ ଚରମ ସୀମାରେ ଥିଲା, ଆଜି ସେଠାରେ ଶିକ୍ଷାର ପତାକା ଉଡୁଛି । ଏଭଳି ପରିବର୍ତନ ଆମ ସମସ୍ତଙ୍କୁ ଗର୍ବରେ ଭରି ଦେଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ