ସମ୍ବଲପୁର, ୨୫ ମେ (ହି.ସ.)ସମ୍ବଲପୁର ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ ଗୌଶାଲା’ ର ଅତ୍ୟାଧୁନିକ ନବ ପ୍ରକଳ୍ପ ନିର୍ମାଣ ପାଇଁ ଶୁଦ୍ଧପୂତ ଭାବେ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଭୂମିପୂଜନ କାର୍ଯ୍ଯ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ଯ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗୋ-ପ୍ରେମୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ