କେନ୍ଦ୍ରାପଡା, ୨୫ ମଇ (ହି.ସ.)- କେନ୍ଦ୍ରାପଡାର ପ୍ରତିବଦ୍ଧ ଅନୁଷ୍ଠାନ ସିମ୍ଫୋନି ଓ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍)ର ମିଳିତ ପ୍ରୟାସରେ ସ୍ଥାନୀୟ ପୈାରାଂଚଳ ଅନ୍ତର୍ଗତ ମାଧପୁରସ୍ଥିତ ପୁନର୍ବାସଠାରେ ପ୍ରଥମକରି ୩୦ ବର୍ଷରୁ କମ୍ ତରୁଣ ସୃଜନଶିଳ୍ପୀକୁ ନେଇ ଏକ ନିଆରା କବିତା ଆସାର ତାରୁଣ୍ୟ ତରଙ୍ଗ ଅନୁଷ୍ଠିତ ହୋଇଯାଇଛି । ଯୁବକବି ଗୋଲାପ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କବିତା ଆସାରରେ କବି ସଂଗ୍ରାମ ମହାରଣା, ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇ, ପୂଜାଶ୍ରୀ ସେଠୀ, ଦେବଦତ୍ତ ମିଶ୍ର, ଗାୟତ୍ରୀ ପୃଷ୍ଠି, ସଂଜୀବ ଜେନା ଓ ମନୋଜ ବିଶ୍ୱାଳ ପ୍ରମୁଖ ସେମାନଙ୍କର ସ୍ୱରଚିତ କବିତାପାଠ କରିଥିଲେ । ଏହି ଅବସରରେ ଯୁବକବି ଦେବଦତ୍ତ ମିଶ୍ରଙ୍କର ଦ୍ୱିତୀୟ କବିତା ସଂକଳନ “ଆକାଶ ସମୁଦ୍ର” ପାଠକାର୍ପିତ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିମ୍ଫୋନି ଓ କେମ୍ର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସମେତ ବଂଶୀଧର ମହାନ୍ତି, ରଞ୍ଜନ ସ୍ୱାଇଁ, ମିହିର ରଞ୍ଜନ ବାରିକ, ଦୀପକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ