ଜୟପୁର, ୨୫ ମଇ (ହି.ସ.) - ଜୟପୁର ନୂଆସାହିରେ ଯୁବକଙ୍କୁ ଆକ୍ରମଣ ମାମଲାରେ ଆଜି ଜୟପୁର ଟାଉନ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଅଜୟ ଅନକା, ସୁନିଲ ଅନକା ଓ ଅନିଲ ଅନକା। ନବରଙ୍ଗପୁର ଅଂଚଳର ଯୁବକଙ୍କୁ ଆକ୍ରମଣ ମାମଲାରେ ସପ୍ସସ୍ଲିଷ୍ଟ ଥିବା ଯୋଗୁଁ ଆଜି ଟାଉନପୁଲିସ ୩ଜଣକୁ ଗିରଫ କରିଛି। ଏହି ମାମଲାରେ ମୋଟ ୧୧ଜଣ ଥିବା ବେଳେ ୩ଜଣକୁ ଗିରଫ କରାଯାଇଛି ବୋଲି ତଦନ୍ତକାରି ଅଧିକାରୀ ରାଜେନ୍ଦ୍ର କୁମାର ପାଙ୍ଗି ସୂଚନା ଦେଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ ଗତ ୨୩ ତାରିଖରେ ନବରଙ୍ଗପୁରର କେତେଜଣ ଯୁବକ ବ୍ରାହ୍ମଣୀଗାଁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟାରେ ନୂଆସାହି ଅଂଚଳର ଅନ୍ୟ ଏକ ସମ୍ପର୍କୀୟଙ୍କ ଘରକୁ ଆସିଥିବା ସମୟରେ ନୂଆସାହି ଅଂଚଳର ଯୁବକ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ପ୍ରକାଶ ଥାଉକି ଆଜି ଗିରଫ ହୋଇଥିବା ଅଜୟ ଅନକାଙ୍କ ଭାଇକୁ ପୂର୍ବରୁ ନବରଙ୍ଗପୁର ଅଂଚଳର ଏହି ଯୁବକ ମାନେ ଆକ୍ରମଣ କରି ଜୀବନରେ ମାରିଦେଇଥିଲେ। ତାହାର ପ୍ରତିଶୋଧ ନେବା ପାଇଁ ଅଜୟ ଏବଂ କିଛି ଯୁବକ ଗତ ୨୩ ତାରିଖରେ ଆକ୍ରମଣ କରିଥିଲେ। ଏନେଇ ପୁଲିସ ଉଭୟ ପକ୍ଷରୁ ୨ଟି ମମଲା ରୁଜୁ କରିଛି। ଉଭୟ ପକ୍ଷର ୧୧ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଆଜି ୩ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଖୋଜାଖୋଜି କରୁଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି