ଅଯୋଧ୍ୟା, ୨୫ ମଇ (ହି.ସ.)- ଭାରତୀୟ କ୍ରିକେଟର ବିରାଟ କୋହଲି ରବିବାର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଅଯୋଧ୍ୟାରେ ପହଂଚିଛନ୍ତି । ସେ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି । ଏବଂ ହନୁମାନଗଢ଼ିରେ ଭଗବାନ ହନୁମାନଙ୍କୁ ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ବିରାଟ କୋହଲି ଏହା ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହିତ ବୃନ୍ଦାବନ ଯାଇଥିଲେ । ସେଠାରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଯାଇ ତାଙ୍କର ଆର୍ଶିବାଦ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ