କଲେଜ ଛକ ଅର୍ଜୁନ ଗଛରୁ ଟିକି ଟିକି କରି ଚାଞ୍ଛି ନେଲେଣି ଛାଲି
ପୁରୀ, ୨୫ ମଇ (ହି.ସ.)- ଏସସିଏସ କଲେଜ ସମ୍ମୁଖ ରାସ୍ତା ପାର୍ଶ୍ୱରେ ରହିଛି ଅନେକ ଔଷଧୀୟ ଅର୍ଜୁନ ଗଛ । ଏହି ଗଛର ଛାଲି ବ୍ୟବହାରରେ ଅନେକ ପୁରାତନ ରୋଗ ଭଲ ହୋଇଥାଏ । ଏହି ବିରାଟ ଧ୍ରୁମକାୟ ଗଛ ସହର ମଧ୍ୟରେ ବାଡି ବଗିଚାରେ ନଥିବା ବେଳେ କଲେଜ ଛକରେ ରହିଛି । ଏବେ କିଛିଦିନ ଧରି ଅନେକ ଲୋକ ଗଛର ଛାଲି ଗୁଡି
କଲେଜ ଛକ ଅର୍ଜୁନ ଗଛରୁ ଟିକି ଟିକି କରି ଚାଞ୍ଛି ନେଲେଣି ଛାଲି


କଲେଜ ଛକ ଅର୍ଜୁନ ଗଛରୁ ଟିକି ଟିକି କରି ଚାଞ୍ଛି ନେଲେନି ଛାଲି


କଲେଜ ଛକ ଅର୍ଜୁନ ଗଛରୁ ଟିକି ଟିକି କରି ଚାଞ୍ଛି ନେଲେନି ଛାଲି


କଲେଜ ଛକ ଅର୍ଜୁନ ଗଛରୁ ଟିକି ଟିକି କରି ଚାଞ୍ଛି ନେଲେନି ଛାଲି


ପୁରୀ, ୨୫ ମଇ (ହି.ସ.)- ଏସସିଏସ କଲେଜ ସମ୍ମୁଖ ରାସ୍ତା ପାର୍ଶ୍ୱରେ ରହିଛି ଅନେକ ଔଷଧୀୟ ଅର୍ଜୁନ ଗଛ । ଏହି ଗଛର ଛାଲି ବ୍ୟବହାରରେ ଅନେକ ପୁରାତନ ରୋଗ ଭଲ ହୋଇଥାଏ । ଏହି ବିରାଟ ଧ୍ରୁମକାୟ ଗଛ ସହର ମଧ୍ୟରେ ବାଡି ବଗିଚାରେ ନଥିବା ବେଳେ କଲେଜ ଛକରେ ରହିଛି । ଏବେ କିଛିଦିନ ଧରି ଅନେକ ଲୋକ ଗଛର ଛାଲି ଗୁଡିକ ଚାଞ୍ଛି ନେବା ଫଳରେ ଗଛ ମରିଯିବାର ସମ୍ଭାବନା ଦେଖାଦେଲାଣି । ଗଛ ଗୁଡିକ ଛାଇ ପ୍ରଦାନ କରିବା ସହ ପରିବା ପସରା ଓ ଠେଲା ଗାଡି ବ୍ୟବସାୟୀମାନେ ଛାଇ ତଳେ ବସି ବ୍ୟବସାୟ କରୁଛନ୍ତି । ପୁରୀ ପୌରସଂସ୍ଥା ପକ୍ଷରୁ ଏହି ଗଛମୂଳ ସୁରକ୍ଷା କରି ସରୁଲୁହା ଜାଲି ଦ୍ୱାରା ଆବଦ୍ଧ କରିବା ପାଇଁ ବୃକ୍ଷପ୍ରେମୀ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏହି ଔଷଧୀୟ ବୃକ୍ଷରେ ମାର୍ଚ୍ଚରୁ ଜୁନ ମଧ୍ୟରେ ଫୁଲ ଫୁଟୁଥିବା ବେଳେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଫଳ ଧରିଥାଏ । ଏହାର ଫୁଲ, ଫଳ, ପତ୍ର, ଛେଲି ଓ ଚେର ବହୁ ରୋଗ ଉପଶମ କରିଥାଏ । ଏହାର ଇଂରାଜୀ ନାମ ଟର୍ମିନାଲିଆ ଅର୍ଜୁନ । ଏହାର ଛେଲି ଗରମ ପାଣିରେ ସିଝାଇ ଛାଣିବା ସହ ନଖ ଉଷୁମ ଥାଇ ପିଇଲେ ହୃଦରୋଗ, ରକ୍ତଜମାଟ, ମୋଟାପଣ, କଫ, ପିତ, ପ୍ରମେହ ରକ୍ତପିତ, ରକ୍ତ ଦୋଷ ଓ ମୁହଁରୁ ବ୍ରଣ ଭଲ ହୋଇଥାଏ । ଏହାର ଛେଲିକୁ ଚୂର୍ଣ୍ଣ କରି ସେବନ କଲେ ବହୁମୂତ୍ର ରୋଗ ଭଲ ହୋଇଥାଏ । ଏହାର ଫୁଲ, ପତ୍ର ବାଟି ଦେହରେ ଲଗାଇଲେ ଚମ ଉକୁଣୀ ନାଶ ହୋଇଥାଏ । ଛେଲି ପାଣି ସହ ଗାଇ ଦୁଧ ମିଶାଇ ସେବନ କଲେ ପୁରାତନ ହୃଦରୋଗ ଭଲ ହୋଇଥାଏ । ହାର୍ଟ ଓ ଲିଭର ସମସ୍ୟା ଦୂର କରେ । କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ପାଇଁ ଏହା ରାମବାଣ ପରି କାମ ଦିଏ । ରାଜଯକ୍ଷ୍ମା (ଟିବି) ରୋଗରୁ ଉପଶମ ମିଳିଥାଏ । ଛେଲି ଗୁଣ୍ଡ ସହ ମେହେନ୍ଦି ମିଶାଇ ମୁଣ୍ଡ କେଶରେ ଲଗାଇଲେ ଧଳାବାଳ କଳା ହୋଇଥାଏ । ଏହାର ପାଣି ହାର୍ଟ ବିଟକୁ ନର୍ମାଲ କରେ । ପୋଡା ଘାରେ ଛାଲି ଗୁଣ୍ଡ ଲଗାଇଲେ ଘା ଶିଘ୍ର ଶୁଖି ଯାଇଥାଏ । ପ୍ରସୂତି ପରେ ମହିଳାଙ୍କ ପେଟରେ ମାଂସପେଶୀର ଢିଲା ପଣକୁ ଏହାର ଛାଲି ପେଷ୍ଟ ଲଗାଇଲେ ଚର୍ମ ଟାଇଟ ହୋଇଥାଏ । ଲିଭର ପାଇଁ ଏହି ପାଣି ଅମୃତ ପରି କାମ ଦିଏ । ପୌରସଂସ୍ଥା ଏହି ଗଛର ସୁରକ୍ଷା ନକଲେ ସହର ମଧ୍ୟରେ ଥିବା ଏହି ବହୁ ମୂଲ୍ୟ ଔଷଧୀୟ ଗଛ ଲୋପ ପାଇବାର ସମ୍ଭାବନା ଦେଖାଦେବା ସହ କଲେଜ ଛକରୁ ବୃକ୍ଷ ଛାଇ ଲୋପ ପାଇଯିବ ବୋଲି ସହରବାସୀ ମତ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande