ଭାରତ ଚତୁର୍ଥ ସର୍ବବୃହତ ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 25 ମେ (ହି.ସ.) - ଜାପାନକୁ ପଛରେ ପକାଇ ଭାରତ ଚତୁର୍ଥ ସର୍ବ ବୃହତ ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ର ସରକାରଙ୍କ ଅଭିନନ୍ଦନୀୟ ପଦକ୍ଷେପ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲ
ଭାରତ ଚତୁର୍ଥ ସର୍ବବୃହତ     ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 25 ମେ (ହି.ସ.)

- ଜାପାନକୁ

ପଛରେ ପକାଇ ଭାରତ ଚତୁର୍ଥ ସର୍ବ ବୃହତ ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ ବୋଲି

କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ର ସରକାରଙ୍କ ଅଭିନନ୍ଦନୀୟ ପଦକ୍ଷେପ

କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ୨୦୨୪ ପରଠୁ କେନ୍ଦ୍ର ସରକାର ଯେଉଁ ସବୁ

ବିସ୍ତୃତ ଯୋଜନା କରିଥିଲେ ସେଥିପାଇଁ ଆମେ ଦଶମ ସ୍ଥାନରୁ ଆସି ଚତୁର୍ଥ ସ୍ଥାନରେ ପହଁଚିଛୁ ।

ପ୍ରଧାନମନ୍ତ୍ରୀଙ୍କ ଦେଶକୁ ଆଗକୁ ନେବାର ସ୍ୱପ୍ନ ଏବଂ ସ୍ଵାବଲମ୍ବୀ କରିବାର କାର୍ଯ୍ୟ ହିଁ

ଏହାକୁ ସମ୍ଭବ କରିପାରିଛି । ଏଥିପାଇଁ ଓଡ଼ିଶା ତରଫରୁ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ

କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ । ୨୦୩୬ ଓ ୨୦୪୭ ର ଲକ୍ଷ୍ୟ ନେଇ ଆମେ

ଆଗକୁ ବଢୁ ଥିବା ବେଳେ ଏହା ଆମ ପାଇଁ ଗୋଟେ ମାଇଲ ଖୁଣ୍ଟ ଭାବେ ପ୍ରମାଣିତ ହୋଇଛି । ୨୦୪୭ ବେଳକୁ

ଆମେ ବିଶ୍ୱର ସର୍ବ ବୃହତ ଅର୍ଥନୀତି ହୋଇ ଭାରତ ଛିଡ଼ା ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓଡ଼ିଶା ବି ସମାନ ଭାବେ ତାଳ ଦେଇ ୨୦୩୬ ର ଲକ୍ଷ୍ୟ ନେଇ ଆଗକୁ ବଢୁଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande