ଭୁବନେଶ୍ୱର, 25 ମେ (ହି.ସ.)- ରଥଯାତ୍ରାରୁ
ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଏଏସଆଇ ଡ଼ିଜି ଏବଂ ତାଙ୍କ
ଟିମ ଆସି ଜଗନ୍ନାଥ ମନ୍ଦିରର ମରାମତି କାମର ସମୀକ୍ଷା କରିଛନ୍ତି | ଏହାସହ ରତ୍ନ ଭଣ୍ଡାର କାମର ସମୀକ୍ଷା କରିଛନ୍ତି ।
ରଥଯାତ୍ରା ସମୟରେ ଗର୍ଭ ଗୃହରେ ଯେଉଁ ଯେଉଁ ମରାମତି କାମ ହୁଏ ସେ ନେଇ ସମୀକ୍ଷା ହୋଇଛି । ମନ୍ଦିର ଢାଞ୍ଚାରେ କୌଣସି ପରିବର୍ତନ ନକରି ପବିତ୍ର
ପୀଠର ସଂରକ୍ଷଣ ବାବଦରେ ଆଲୋଚନା ହୋଇଛି । ମନ୍ଦିରର
ଆବଶ୍ୟକତା ଦୃଷ୍ଟିକୋଣରୁ ମନ୍ଦିର ପ୍ରଶାସକ ଏଏସଆଇ ଡିଜିଙ୍କୁ ଅବଗତ କରାଇଛନ୍ତି । ମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ସବୁ ଜ୍ଞାନ କୌଶଳର
ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା