ଧର୍ମଶାଳା,୨୫ମଇ(ହି.ସ.) - ଆଜି ସକାଳୁ ସକାଳୁ ଯାଜପୁର ଜିଲା ସଦର ଥାନା ଅନ୍ତର୍ଗତ ତନ୍ତିଘାଇ ସେତୁ ନିକଟରୁ ଏକ ଗଳିତ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । କେହି ମାରି ପାଣିରେ ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଗଳିତ ଶବର ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ଯାଜପୁର ଟାଇନ ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝି,ଯାଜପୁର ମାଜିଷ୍ଟ୍ରେଟ୍ ଅଜୟ କୁମାର ପଣ୍ଡା ଓ ସଦର ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ପ୍ରମୁଖ ଘଟଣାସ୍ଥଳରେ ପଂହଚି ଶବକୁ ପାଣିରୁ ବରୁଆଁ ଅଗ୍ନୀଶମ ବାହିନୀ ସହାୟତାରେ ଉଦ୍ଧାର କରାଯାଇଥିଲା । ଶବର ଅନେକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ଗୋଡକୁ ବାଲି ବସ୍ତାରେ ବାନ୍ଧି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି ।
ସୂଚନା ମୁତବାକ,ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ତନ୍ତିଘାଇ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେତୁ ନିକଟରେ ଏକ ମୃତ ଦେହ ଭାସୁଥିବା ଦେଖି ଯାଜପୁର ସଦର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ବରୁଆଁ ଅଗ୍ନୀଶମ ବାହିନୀର ସହାୟତାରେ ପାଣିରୁ ମୃତ ଦେହକୁ ଉଦ୍ଧାର କରିଥିଲେ । ତେବେ ଗଳିତ ଶବଟି ବହୁ ଦିନର ହେବା ସହ ଏହା ଜଣେ ଯୁବକ ବୋଲି ଜଣାପଡିଛି । ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ଗୋଡ ଦୁଇଟି ବନ୍ଧା ଯାଇଥିବା ଜଣା ପଡିଥିଲା । କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ନେଇ ଅଂଚଳବାସୀ ସନ୍ଦେହ କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ଯାଜପୁର ଟାଉନ ଏସଡିପିଓ,ଜିଲା ମାଜିଷ୍ଟ୍ରେଟ୍ ପଂହଚି ତଦନ୍ତ ଚଳାଇ ଥିଲେ । ଥାନାରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚକିତ୍ସାଳୟକୁ ପଠାଇ ଦିଆ ଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ