ବିଦ୍ୟୁତ୍ ଆଘାତରେ ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ
ଧର୍ମଶାଳା୨୫ ମଇ(ହି.ସ.) - ଯାଜପୁର ଜିଲା ଅଳକୁଣ୍ଡ ଥାନା ଅଂଚଳରେ ଅଘଟଣ । ବିଦ୍ୟୁତ୍ ସସ୍ପର୍ଶରେ ଆସି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛଇ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ମୃତକ ଜଣକ ହେଲେ ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଚିକଣା ପଂଚାୟତ ବ୍ରାହ୍ମଣୀ ଗ୍ରାମର ର
ବିଦ୍ୟୁତ୍ ଆଘାତରେ ଯୁବକ ମୃତ : ସ୍ଥାନୀୟ ଅଂଚଳରେ ଶୋକ


ଧର୍ମଶାଳା୨୫ ମଇ(ହି.ସ.) - ଯାଜପୁର ଜିଲା ଅଳକୁଣ୍ଡ ଥାନା ଅଂଚଳରେ ଅଘଟଣ । ବିଦ୍ୟୁତ୍ ସସ୍ପର୍ଶରେ ଆସି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛଇ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ମୃତକ ଜଣକ ହେଲେ ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଚିକଣା ପଂଚାୟତ ବ୍ରାହ୍ମଣୀ ଗ୍ରାମର ରାମଚନ୍ଦ୍ର ରାଉତଙ୍କ ସାନ ପୁଅ ବିଶ୍ୱ ମୋହନ ବୋଲି ଜଣାପଡିଛି । ସେ ଆଜି ନିଜ ଘରେ ଲାଇନ କାମ କରୁଥିଲେ । ତେବେ ଅସାବଧାନତା ହେତୁ ବିଦ୍ୟୁତ୍ ସସ୍ପର୍ଶରେ ଆସି ଯାଇଥିଲେ । ଫଳରେ ସେ ସଜ୍ଞାହୀନ ହୋଇ ତଳେ ଟଳି ପଡିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଶବ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଅନ୍ୟ ପକ୍ଷେ ତାଙ୍କର ଛୋଟଛୋଟ ପିଲା ରହିଛନ୍ତି । ତେବେ ସରକାରୀଙ୍କ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande