ଛତିଶଗଡ଼ରେ ଖୁବ୍ ଶୀଘ୍ର ସ୍ଥାପନ ହେବ ଦେଶର ପ୍ରମୁଖ ଏଆଇ ଡାଟା ସେଂଟର, ୬୦୦ କୋଟି ବିନିଯୋଗ କରିବ ଇଏସଡିଏସ
ରାୟପୁର, ୨୬ ମଇ (ହି.ସ.)- ଛତିଶଗଡ଼ ଦେଶର ଡିଜିଟାଲ ଲ୍ୟାଣ୍ଡସ୍କେପରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ରାୟପୁରରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଧାରିତ ଡାଟା ସେଂଟର ସ୍ଥାପନ କରିବା ନିମନ୍ତେ ଟେକ୍ନୋଲୋଜି କମ୍ପାନୀ ଇଏସଡିଏସ ସଫ୍ଟୱେୟାର ସଲ୍ୟୁସନ ଲିମିଟେଡ଼ ୬୦୦ କୋଟିରୁ ଅଧିକ ଟଙ୍କା ବିନିଯ
ଛତିଶଗଡ଼ରେ ଖୁବ୍ ଶୀଘ୍ର ସ୍ଥାପନ ହେବ ଦେଶର ପ୍ରମୁଖ ଏଆଇ ଡାଟା ସେଂଟର, ୬୦୦ କୋଟି ବିନିଯୋଗ କରିବ ଇଏସଡିଏସ


ରାୟପୁର, ୨୬ ମଇ (ହି.ସ.)- ଛତିଶଗଡ଼ ଦେଶର ଡିଜିଟାଲ ଲ୍ୟାଣ୍ଡସ୍କେପରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ରାୟପୁରରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଧାରିତ ଡାଟା ସେଂଟର ସ୍ଥାପନ କରିବା ନିମନ୍ତେ ଟେକ୍ନୋଲୋଜି କମ୍ପାନୀ ଇଏସଡିଏସ ସଫ୍ଟୱେୟାର ସଲ୍ୟୁସନ ଲିମିଟେଡ଼ ୬୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କ ନିକଟରେ ରଖିଛି ।

ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟଙ୍କୁ ନୂଆଦିଲ୍ଲୀ ସ୍ଥିତ ଛତିଶଗଡ଼ ସଦନରେ ରବିବାର ସଂନ୍ଧ୍ୟାରେ ଭେଟିବା ସହିତ କମ୍ପାନୀର ଚେୟାରମ୍ୟାନ ପିୟୁଷ ସୋମାନୀ ଏବଂ ଉପାଧ୍ୟକ୍ଷ ଲୋକେଶ ଶର୍ମା କହିଥିଲେ ଯେ, ଏହି ସେଂଟର କେବଳ ଛତିଶଗଡ଼ ନୁହେଁ ବରଂ ସାରା ଭାରତର ଡଜିଟାଲ ଭବିଷ୍ୟତକୁ ଗତି ଦେବ । ଏହି ପ୍ରସ୍ତାବ ମାଧ୍ୟମରେ ଛତିଶଗଡ଼କୁ ଏଆଇ, କ୍ଲାଉଡ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଏବଂ ଡିଜିଟାଲ ଷ୍ଟୋରେଜ୍ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିବା ଦିଗରେ ଠୋସ୍ ପଦକ୍ଷେପ ହେବ ।

ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହ କହିଥିଲେ ଯେ, ଡିଜିଟାଲ ଇଣ୍ଡିଆର ଭାବନାକୁ ଛତିଶଗଡ଼ରେ ଧରାପୃଷ୍ଠକୁ ଆଣିବା ନିମନ୍ତେ ଏହି ନିବେଶ ମାଇଲ୍ ଷ୍ଟୋନ୍ ସାବ୍ୟସ୍ତ ହେବ । ସରକାର ଯଥାସମ୍ଭବ ସହାୟତା ଯୋଗାଇଦେବ, ଯାହାଦ୍ୱାରା ଏହି ପ୍ରକଳ୍ପ ଶୀଘ୍ର ସମ୍ପନ୍ନ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande