ସୁବର୍ଣ୍ଣପୁର, ୨୬ ମଇ (ହି.ସ.)- ବଲାଙ୍ଗିର ପୁଇଁତଳା ବ୍ଲକର କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ କଙ୍ଗାରୁକୋର୍ଟରେ ମାଡ଼ ମାରିବା ଘଟଣା । ମରଣାନ୍ତକ ଆକ୍ରମଣ ଓ ଗଣମାଧ୍ୟମର କଣ୍ଠରୋଧ ଭଳି ଏକ ସ୍ପର୍ଶକାତର ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ସୁବର୍ଣ୍ଣପୁରର କାର୍ଯ୍ୟରତ ସାମ୍ୱାଦିକ । ଅଭିଯୁକ୍ତ ଠିକାଦାର ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l
ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟରେ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଗଣତନ୍ତ୍ର ଓ ଦେଶର ସୁରକ୍ଷା ପାଇଁ ସାମ୍ୱାଦିକଙ୍କୁ ସ୍ୱାଧୀନ ଓ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନରଞ୍ଜନ ତ୍ରିପାଠୀ, ମୃତୁଞ୍ଜୟ ସତପଥୀ, ପିତାମ୍ବର ମହାପାତ୍ର, ରାଜକିଶୋର ତ୍ରିପାଠୀ, ସଞ୍ଜୟ ସାହୁ, ସତ୍ୟବ୍ରତ ପ୍ରଧାନ, ସହଦେଵ ମେହେର, ବିବେକାନନ୍ଦ ମିଶ୍ର, ସୁବାସ ପଣ୍ଡା, ମହାଦେବ ମଲ୍ଲିକ ପ୍ରମୁଖଙ୍କ ଅନ୍ୟାନ୍ୟ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଏହି ଦାବିପତ୍ର ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ