ସରକାର ପ୍ରଶାସନକୁ ଲୋକଙ୍କ ଦ୍ୱାର ପାଖକୁ ପଠାନ୍ତୁ - ଅରୁଣ ସାହୁ
ଭୁବନେଶ୍ୱର, ୨୬ ମଇ (ହି.ସ.) - ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଅଧିକ ଲୋକ ଆସିଲେ ଜଣାପଡେ ପ୍ରଶାସନ ବିଫଳ ହୋଇଛି। ପ୍ରଶାସନ ଯେତେବେଳେ ଲୋକଙ୍କ ଦ୍ୱାରକୁ ଯାଇପାରେ ନାହିଁ , ସେତେବେଳେ ଜନ ଶୁଣାଣୀକୁ ଲୋକେ ଆସନ୍ତି । ତେଣୁ ସରକାର ପ୍ରଶାସନକୁ ଲୋକଙ୍କ ଦ୍
ସରକାର ପ୍ରଶାସନକୁ ଲୋକଙ୍କ ଦ୍ୱାର ପାଖକୁ ପଠାନ୍ତୁ - ଅରୁଣ ସାହୁ


ଭୁବନେଶ୍ୱର, ୨୬ ମଇ (ହି.ସ.) - ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଅଧିକ ଲୋକ ଆସିଲେ ଜଣାପଡେ ପ୍ରଶାସନ ବିଫଳ ହୋଇଛି। ପ୍ରଶାସନ ଯେତେବେଳେ ଲୋକଙ୍କ ଦ୍ୱାରକୁ ଯାଇପାରେ ନାହିଁ , ସେତେବେଳେ ଜନ ଶୁଣାଣୀକୁ ଲୋକେ ଆସନ୍ତି । ତେଣୁ ସରକାର ପ୍ରଶାସନକୁ ଲୋକଙ୍କ ଦ୍ୱାର ପାଖକୁ ପଠାନ୍ତୁ। ଯେମିତି ଲୋକେ ଆଉ ଅଭିଯୋଗ ଶୁଣାଣିକୁ ଆସିବେ ନାହିଁ।

ସେହିପରି ବିଜେପି ସରକାରର ବର୍ଷ ପୂର୍ତି ଉପରେ ଅରୁଣ ସାହୁ କହିଛନ୍ତି ବର୍ଷେ ହେବ ସରକାର ତ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ମାତିଛନ୍ତି। ସେମାନେ ମାସେ ନୁହେଁ, ଆପଣଙ୍କ ଜରିଆରେ ଆହୁରି ବର୍ଷେ ଉତ୍ସବ ପାଳନ କରନ୍ତୁ । ସେମାନେ କଣ ସଫଳତା ହାସଲ କରିଛନ୍ତି ତାହା କହିବେ, ଆମେ ତାଙ୍କ ବିଫଳତାକୁ ସାମ୍ନାକୁ ଆଣିବୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande