ବଙ୍ଗଳାଦେଶି ଅନୁପ୍ରବେଶକାରି ସନ୍ଦେହରେ ୪ ଅଟକ
ମାଲକାନଗିରି, ୨୬ ମଇ (ହି.ସ.)- ସାରା ଦେଶରେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତମାନ ବଙ୍ଗଳାଦେଶି ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଏହି ପ
ବଙ୍ଗଳାଦେଶି ଅନୁପ୍ରବେଶକାରି ସନ୍ଦେହରେ ୪ ଅଟକ


ମାଲକାନଗିରି, ୨୬ ମଇ (ହି.ସ.)- ସାରା ଦେଶରେ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବାଂଲା ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତମାନ ବଙ୍ଗଳାଦେଶି ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଉଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ସରକାରୀ ଆକଳନରେ ୬୦୦ ରହିଥ‌ିବା ବେଳେ ପ୍ରକୃତରେ ଏହା ଠୁ ଢେର ଅଧିକ ରହିଛନ୍ତି ।

ଖବର ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୪ ଗାଁର ଏକ ଘରେ କିଛି ଅଜଣା ଲୋକେ ବେଶ୍ କିଛି ମାସ ଧରି ରହିଥ‌ିବା ବେଳେ ଏମାନେ ଅନେକ ଅସାମାଜିକ କାମରେ ଲିପ୍ତ ରହିଥ‌ିବା ଏବଂ ଭାରତୀୟ ନାଗରିକ ହୋଇନଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଏହି ଯୁବକ ମାନଙ୍କ ଠାରୁ ଗାଁ ଲୋକେ ଅସଲ ପରିଚୟ ମାଗିବାରୁ ଏମାନେ ବାରମ୍ବାର ନିଜର ବୟାନ ବଦଳାଇବା ସହିତ ସଠିକ ତଥ୍ୟ ପ୍ରଦାନ କରି ପାରିନଥିଲେ । ଏମାନେ ବଙ୍ଗଳାଦେଶି ଅନୁପ୍ରବେଶକାରୀ ହୋଇଥିବା ଆଶଙ୍କା କରି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏମଭି-୪ ଗାଁ ରେ ପହଞ୍ଚି ଏହି ଯୁବକଙ୍କୁ ପଚରା ଉଚୁରା କରିବା ପରେ ଥାନାରେ ଆଣି ଅଟକ ରଖିଛନ୍ତି । ତଦନ୍ତ ପରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande