ଏକଟାଗୁଡା ଅଂଚଳରୁ ଚୋରି
ଜୟପୁର, ୨୬ ମଇ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଶିରିଡିସାଇ ନଗର ଦ୍ୱିତୀୟ ଲାଇନରେ ଥିବା ଅତ୍ୟୁଲ କୁମାର ମଲ୍ଲିକଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରପ୍ରାୟ ସାଢେ ୧୨ଟା ସମୟରେ ଅତ୍ୟୁଲ ମଲ୍ଲିକ ଓ ତାଙ
ଏକଟାଗୁଡା ଅଞ୍ଚଳରୁ ଚୋରି


ଜୟପୁର, ୨୬ ମଇ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଶିରିଡିସାଇ ନଗର ଦ୍ୱିତୀୟ ଲାଇନରେ ଥିବା ଅତ୍ୟୁଲ କୁମାର ମଲ୍ଲିକଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରପ୍ରାୟ ସାଢେ ୧୨ଟା ସମୟରେ ଅତ୍ୟୁଲ ମଲ୍ଲିକ ଓ ତାଙ୍କ ପରିବାର ଲୋକେ ଝିଲିମିଲିଗୁଡା ନିକଟସ୍ଥ ତାଙ୍କ ଚାଷ ଗାଁକୁ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ପାଇ ଯାଇଥିଲେ। ରାତି ଦାହ କରି ଚାଲିଆସିବୁ ବୋଲି ଭାବି ଘରେ ତାଲା ପକାଇ ଯାଇଥିଲେ। ସକାଳ ୫ଟା ବେଳକୁ ଘରକୁ ଫେରିବା ସମୟରେ ଘର ତାଲା ଭାଙ୍ଗି ଦୁର୍ବୃତମାନେ ଆଲମିରାରେ ଥିବା ସୁନା ଗହଣା ଓ ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ସଦରଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତିକରି ସଦରପୁଲିସ ଏକ ମାମଲା ରୁଜୁ କରିବା ପରେ ସନ୍ଧ୍ୟାରେ ଏକ ସାଇଂଟିଫିକ ଟିମକୁ ଡକାଇଥିଲା। ସାଇଂଟିଫିକ ଯାଂଚ କରିବା ପରେ ଆଲମିରାର ଲକରକୁ ଯାଂଚ କରିବା ସମୟରେ ସମସ୍ତ ସୁନା ରୁପା ମିଳିଯାଇଥିଲା। କିନ୍ତୁ ଚୋରଦଳ କେବଳ ୩୦ ହଜାର ଟଙ୍କା ଓ ଶାଢୀ ଓ ସାର୍ଟ ପେଂଟ ଚୋରି କରିଥିବା ଦେଖିବାକୁ ମିଳିଥିଲା। ଆଲମିରା ଲକର ଭିତରେ ସୁନା ରୁପା ରହିଥିବା ଯୋଗୁଁ ତାହା ଚୋରି ହେବାରୁ ବଂଚିତ ହୋଇଯାଇଛି ବୋଲି ଘର ମାଲିକ ଅତୁଲ୍ୟ ମଲ୍ଲିକ ପ୍ରକାଶ କରିଛନ୍ତି। ଏନେଇ ସଦରପୁଲିସ ଏକ ମାମଲା ରୁଜୁ କରିବା ସହ କେବଳ ୩୦ ହଜାର ଟଙ୍କା ଚୋରି ହୋଇଛି ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande