ଜୟପୁର, ୨୬ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ତରଫରୁ ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ମଦ ଭାଟି ଭଙ୍ଗିବା ସହ ୯ଶହ ଲିଟର ପୋଚ ଓ ୧୨୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି