ଗଞ୍ଜାମ ଜିଲ୍ଲାରେ ସାବିତ୍ରୀ ବ୍ରତ
ଗଞାମ, ୨୬ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ରେ ସହରଠାରୁ ଆରମ୍ଭକରି ପୁରପଲ୍ଲୀ ଯାଏ‌ସାଵିତ୍ରୀ ବ୍ରତକୁ ସଧବା ମହିଳାମାନେ ସ୍ବାମୀ ଓ‌ ପରିଵାରର ମଙ୍ଗଳ ମନାସି ଅତିନିଷ୍ଠାର ସହ ପାଳନ କରିଛନ୍ତି। ଘରେ ଘରେ ମନ୍ଦିର ଓ ବଟ ଗଛମୂଳେ ବଟସାଵିତ୍ରୀ ଓଷା ପାଳନ କରିଛନ୍ତି। ମୁଗଯାଇ ଆମ୍ଵ, ପଣସ, ତାଳ, ଖଜୁରୀ ବିଭିନ
ଗଞ୍ଜାମ ଜିଲ୍ଲା ରେ ସାବିତ୍ରୀ ବ୍ରତ


ଗଞାମ, ୨୬ ମଇ (ହି.ସ.)- ଗଞ୍ଜାମ ଜିଲ୍ଲା ରେ ସହରଠାରୁ ଆରମ୍ଭକରି ପୁରପଲ୍ଲୀ ଯାଏ‌ସାଵିତ୍ରୀ ବ୍ରତକୁ ସଧବା ମହିଳାମାନେ ସ୍ବାମୀ ଓ‌ ପରିଵାରର ମଙ୍ଗଳ ମନାସି ଅତିନିଷ୍ଠାର ସହ ପାଳନ କରିଛନ୍ତି। ଘରେ ଘରେ ମନ୍ଦିର ଓ ବଟ ଗଛମୂଳେ ବଟସାଵିତ୍ରୀ ଓଷା ପାଳନ କରିଛନ୍ତି। ମୁଗଯାଇ ଆମ୍ଵ, ପଣସ, ତାଳ, ଖଜୁରୀ ବିଭିନ୍ନ ଫଳମୂଳ, ନୂଆ ଲୁଗା, ଚୁଡି, ଅଳତା, ସିନ୍ଦୁର‌, ନୈବେଦ୍ଯ ଅର୍ପଣ କରି ସ୍ବାମୀ ଶାଶୁ ଶଶୁର ଓ ଗୁରୁଜନମାନଙ୍କୁ ପ୍ରଣାମ ଜଣାଇ ଆଶିର୍ବାଦ ଗ୍ରହଣ କରିଵା ପରେ ପ୍ରସାଦକୁ ପରିବାର ଓ ସାହି ପଡୋଶୀଙ୍କ ମଧ୍ଧରେ‌ ଵିତରଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande