ବ୍ରହ୍ମପୁର, ୨୬ ମଇ (ହି.ସ.)- ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହାତଧୁଆ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ହାତ ଭଲଭାବେ ଧୋଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ପାଇ ପାରିବା।ଅଶୁଦ୍ଧ ହାତରେ ନାକ, ଆଖି, ପାଟିକୁ ସ୍ପର୍ଶ କଲେ ଅନେକ ଜୀବାଣୁ, ଭୂତାଣୁ ଏହି ସବୁ ରାସ୍ତାଦେଇ ଶରୀରରେ ପ୍ରବେଶ କରି ଜ୍ୱର, ସର୍ଦ୍ଦି, ଆକ୍ଷିଧରା, ଅତିସାର, କୃମି ଆଦି ରୋଗ ସୃଷ୍ଟି କରେ ଏଣୁ ଖାଇବା ପୂର୍ବରୁ ସାବୁନ୍ ଦ୍ଵାରା 20 ରୁ 30 ସେକେଣ୍ଡ ଭଲ ଭାବେ ଘଷି ମାଜି ହାତ ଧୁଅନ୍ତୁ, ଛୋଟ ଶିଶୁକୁ ଧରିବା ବେଳେ ହାତ ଧୁଅନ୍ତୁ, ସାନିଟାଇଜର ଲଗାନ୍ତୁ। ପୁଣି କୋଭିଡ଼ ସଂକ୍ରମଣ ବ୍ୟାପିବାରେ ଲାଗିଛି, ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ଖଟା, ଥଣ୍ଡା,ପିଅନ୍ତୁ ନାହିଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଗୁଳୁଚି, ତୁଳସୀ ଖାଆନ୍ତୁ ସୁସ୍ଥ ରୁହନ୍ତୁ ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ