ମାଲକାନଗିରି, ୨୬ ମଇ (ହି.ସ.)- ଓଡିଶା ଶ୍ରମଜୀବି ମଞ୍ଚ,ମହିଳା ଶ୍ରମଜୀବି ମଞ୍ଚ ଓଡିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ଓ ଏହାର ୧୭ଗୋଟି ଜିଲ୍ଲା ର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ତରରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ଵା କମାଲ କା କ୍ୟାମ୍ପ ଆରମ୍ଭ କରିଛି l ବର୍ତମାନ ଗ୍ରୀଷ୍ମ କାଳୀନ ଛୁଟି ପାଇଁ ବିଦ୍ୟାଳୟ ବନ୍ଦ ରହିଥିବାରୁ ପିଲାମାନେ ବିଦ୍ୟାଳୟକୁ ନ ଯାଇ ଖେଳକୁଦ କରି ପାଠ୍ୟପୁସ୍ତକ ଠାରୁ ଦୂରରେ ରହିଛନ୍ତି l ଏହାକୁ ଆଖିଆଗରେ ରଖି ପ୍ରତି ଗ୍ରାମ ମାନଙ୍କରେ ଏହି ଶିବିର ଆରମ୍ଭ କରାଯାଉଛି l ଏହି ଶିବିରର ମୁଖ୍ୟ ଉଦେଶ୍ୟ ହେଉଛି ଯେ ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ, ଲିଖନ ଓ ମୌଳିକ ଗଣିତ ଦକ୍ଷତା କୁ ମଜବୁତ କରିବା ସହିତ ଏବେବି ଅନେକ ପିଲା ନିଜ ଶ୍ରେଣୀର ପାଠ୍ୟକ୍ରମ ସ୍ତର ପର୍ଯ୍ୟନ୍ତ ପହଂଚିବାରେ ସକ୍ଷମ ନାହାନ୍ତି ଯଦ୍ୱାରା ପାଠ ଶିଖିବା, ଲେଖିବା, ଚିନ୍ହିବା ଓ ପଢିବାରେ ପିଲାମାନଙ୍କ ଭିତରେ ତାରତମ୍ୟ ଦେଖାଦେଉଛି କାରଣ ଚତୁର୍ଥ ଶ୍ରେଣୀ ପିଲାଟିଏ ତାର ପୂର୍ବ ଶ୍ରେଣୀ ଅର୍ଥାତ ତୃତୀୟ ଶ୍ରେଣୀ ପାଠ ପଢିବା ପାଇଁ ସକ୍ଷମ ନୁହେଁ। ଏହି ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ସଂଗଠନ ତରଫରୁ ଶିବିରର ଆୟୋଜନ କରାଯାଉଛି। ଏଣୁ ମାଲକାନଗିରି ଜିଲ୍ଲା ମହିଳା ଶ୍ରମଜୀବି, ଶ୍ରମଜୀବି ସଂଗଠନ ପ୍ରୟାସରେ ଜିଲ୍ଲାର ୭ ଗୋଟି ବ୍ଲକରେ ପ୍ରାୟ ୩ଶହରୁ ଉର୍ଦ୍ଧ ଗ୍ରାମ ମାନଙ୍କରେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଶିବିର ଆରମ୍ଭ କରାଯାଉଛି l ଏଥି ସହିତ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମି ଦିଆଯାଇ ସେମାନ ଙ୍କର ପଞ୍ଜିକରଣ କରିବା ସହିତ ମ୍ୟାପିଙ୍ଗ, ପ୍ରୋଫାଇଲ ମଧ୍ୟ କରାଯାଉଛି l ଏହି ଶିବିରଗୁଡିକ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ l ପ୍ରତେକ ସପ୍ତାହରେ ଅଲଗା ଅଲଗା ପାଠ୍ୟ କ୍ରମ ରହିଛି, ଯେମିତି କିଛି ଅକ୍ଷର ଚିହ୍ନିବା, ବାକ୍ୟଗଠନ କରିବା ଓ ପଢିବା, ଗାଣିତିକ ଦକ୍ଷତା ମଧ୍ୟରେ ନମ୍ବର ଚିହ୍ନିଵା, ମିଶାଣ ଓ ଫେଡ଼ାଣ କରିବା, ନାଚ ଗୀତ, ଗଳ୍ପ ମଧ୍ୟ ରହିଛି l ବିଦ୍ୟାଳୟ ଖୋଲିବା ପରେ ପିଲାମାନଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିବା ସହିତ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ମଧ୍ୟ ହୋଇପାରିବ ବୋଲି ସଂଗଠନ ର କର୍ମକର୍ତ୍ତା ବଟକୃଷ୍ଣ ସାହୁ ପ୍ରକାଶ କରିଥିଲେ l ଏହି ଶିବିର ପରିଚାଳନା ଓ ତାଲିମ ପାଇଁ ରାମ ବଡ଼ନାୟକ, ମଦନ ହନ୍ତାଳ, ତ୍ରିନାଥ ବଡ଼ନାୟକ, ଚିତ୍ତରଞ୍ଜନ ସାହୁ, ମୁକୁନ୍ଦ ମାଡକାମୀ, ଗୋବର୍ଧନ ପାଙ୍ଗି, ରାମପଦ ପ୍ରଧାନ, ଶ୍ରୀନୁ ସେଲବମ, ଜିତେନ୍ଦ୍ର ଖିଲ ଓ ସଂଗଠନ ପକ୍ଷରୁ ସଭାପତି ରାଜେନ୍ଦ୍ର କବାସୀ, ଏରା ପଡିଆମୀ,ସୀତାରାମ ଦୁରୁଆ, ହାତୀରାମ ଗଡ଼ଙ୍ଗୀ, ଦୈମତି ବାର୍ଷେ, ଗଣପତି ଖିଲ, ଡମ୍ବରୁ ଧର ନାୟକ, ଭାଗିରଥି ପାଟନିଆ, ରେଲି ଖିଲ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ / ପ୍ରଦୀପ୍ତ
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ