ସୁପ୍ରିମକୋର୍ଟ ବିଚାରପତି ପାଇଁ ୩ ଜଣ ବିଚାରପତିଙ୍କ ନାମ ସୁପାରିଶ
ନୂଆଦିଲ୍ଲୀ, ୨୬ ମଇ (ହି.ସ.)- ସୁପ୍ରିମକୋର୍ଟ କାଁଲେଜିୟମ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ତିନି ଜଣ ହାଇକୋର୍ଟ ବିଚାରପତିଙ୍କ ନାମ ସୁପାରିଶ କରିଛି। ସୋମବାର ଦିନ ମୁଖ୍ୟ ବିଚାରପତି ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି। କାଲେଜିୟମ କର୍ଣ୍ଣାଟକ
ସୁପ୍ରିମକୋର୍ଟ ବିଚାରପତି ପାଇଁ ୩ ଜଣ ବିଚାରପତିଙ୍କ ନାମ ସୁପାରିଶ


ନୂଆଦିଲ୍ଲୀ, ୨୬ ମଇ (ହି.ସ.)- ସୁପ୍ରିମକୋର୍ଟ କାଁଲେଜିୟମ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ତିନି ଜଣ ହାଇକୋର୍ଟ ବିଚାରପତିଙ୍କ ନାମ ସୁପାରିଶ କରିଛି। ସୋମବାର ଦିନ ମୁଖ୍ୟ ବିଚାରପତି ବି.ଆର. ଗବଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି।

କାଲେଜିୟମ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନଭି ଅଞ୍ଜାରିଆ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏଏସ ଚନ୍ଦୁରକରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଛି। ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ୩୪ ଜଣ ବିଚାରପତି ପଦବୀ ମଧ୍ୟରୁ ବର୍ତମାନ ତିନୋଟି ବିଚାରପତି ପଦବୀ ଖାଲି ପଡ଼ିଛି।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande