ସମ୍ବଲପୁର, ୨୬ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କରଡୋଳା ପଂଚାୟତ ପୂର୍ବତନ ସରପଂଚ ରବିନାରାୟଣ ନାୟକଙ୍କ ୬୯ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି କ୍ଷ ସୂଚନା ଅନୁସାରେ ସେ କିଛିଦିନ ହେଲା ବିଭିନ୍ନ ରୋଗରେ ପୀଡିତ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ପୁଅ, ବହୁ,ନାତି, ନାତୁଣୀ ତଥା ସମସ୍ତ ଭାଇ ସମେତ ପରିବାର ବର୍ଗ, ବନ୍ଧୁ ପରିଜନ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ନିକଟସ୍ଥ ମହାନଦୀ ଶ୍ମଶାନ ଘାଟରେ ହୋଇଥିବାବେଳେ, ବଡ଼ ପୁଅ ଅଶ୍ୱିନୀ ମୁଖାଗ୍ନି ଦେଇଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ନାୟକ ଜଣେ ସରଳ ମିଷ୍ଟଭାସି, ମେଳାପୀ ବ୍ୟକ୍ତି ଥିବାବେଳେ ତାଙ୍କରି ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ