ଭୁବନେଶ୍ୱର, ୨୬ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ସମ୍ବଲପୁର ଜିଲ୍ଲାର ବୁର୍ଲାରେ ସର୍ବାଧିକ ୬୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୨.୦ ମି.ମି., ବରଗଡ଼ ଜିଲ୍ଲାର ବରପାଲିରେ ୫୨.୦ ମି.ମି., ରାୟଗଡ଼ା ଜିଲ୍ଲାର କୋଲନାରାରେ ୪୯.୪ ମି.ମି., ପୁରୀ ଜିଲ୍ଲାର କାକଟପୁରରେ ୪୩.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୩୭.୦ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୩୫.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୩୪.୦ ମି.ମି., ରାସଗୋବିନ୍ଦପୁରରେ ୩୩.୪ ମି.ମି., ରାୟଗଡ଼ା ଜିଲ୍ଲାର ରାୟଗଡ଼ାରେ ୩୩.୪ ମି.ମି., ରାୟଗଡ଼ା(ପିଟିଓ)ରେ ୩୩.୦ ମି.ମି. ଏବଂ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୩୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ